କଳିଯୁଗ

ମୋବାଇଲ କଲା ବାଇ ରେ ଭାଇନା
ଶୁଣ ହେଲା କଳିଯୁଗ
ବାପ ପୁଅ କଥା ହେଉନାହିଁ ଆଉ
ପଚାରିଲେ ଭାରି ରାଗ ।।
ଭାଇ ଭଉଣୀ ର ନାହିଁ ଆଉ ସ୍ନେହ
କଥାରେ କଥାରେ କଳି ,
ଆଉ ଆଗ ଭଳି ନାହିଁ ସେ ସରାଗ,
ଯୁଗ ଆଜି ପରା କଳି ।।
ବାପା ମାଆ କୁ ପୁଅ ଚିନ୍ନହେ ନାହିଁ
ଭରିଯା କୁ ପାଏ ଭଲ,
ମାଆ ବାପା ଆଜି ଲାଗୁ ଅଛି ବୋଝ,
ଏକି ଦଶ। ପ୍ରଭୁ ଦେଲ ।।
ବନ୍ଧୁ ପରିଜନ ସୁଖରେ ନିଜର
ଦୁଃଖ ବେଳେ ଦେଖା ନାହିଁ,
ମଣିଷ ପଣିଆ ଲୁଚିଗଲା ଆଜି
ପାପ ପୁଣ୍ୟ ଚିନ୍ତା ନାହିଁ ।।
ଜଗତର ନାଥ ଆହେ ଜଗନ୍ନାଥ,
ଦିଅ ସଦବୁଦ୍ଧି ତୁମେ,
ପୁଣ୍ୟ କର୍ମ କରି ତରି ଯାଉ ନର
ଜୀବ ଯାଉ ହରି ନାମେ ।।

ରାଜେଶ କୁମାର ପଟ୍ଟନାୟକ
9937722369
ଆ.କଟାପାଲି, ସମ୍ବଲପୁର

2 thoughts on “କଳିଯୁଗ

  1. ବହୁତ୍ ବଢିଆ ।

    ।ଅପେକ୍ଷା ର କେବେ ଅନ୍ତ ହୁଏ ନାହିଁ ଏ କଥା
    ଭାବୁଛି ମନେ
    ସତେ କି ଫେରିବ ସେ ଦିନର ସ୍ମୃତି
    ଏଇ ଆମରି ଜୀବନେ
    ସ୍ନେହ ଶ୍ରଦ୍ଧା ପ୍ରେମ ଜୀବନ ସମ୍ପଦ
    ଏ କଥା କୁ ଭୁଲିଯାଇ
    ଏ ମନ ମାତିଛି ଏ କଳି ଯୁଗରେ
    ଅପଡେଟ ରହିବା ପାଇଁ

Leave a Reply

Your email address will not be published. Required fields are marked *