କଳା

କଳା ରେ
ତୋ ରଙ୍ଗ ଦେଖି
କିଏ ନାକ ଟେକେ
କିଏ କରେ ଗଳା ମାଳାରେ
କଳା ରେ ।
କଳା ରେ
ବିଦ୍ୟାଳୟ କାନ୍ଥେ
ନେସି ହୋଇ କେବେ
ଶିଖାଉ ବଞ୍ଚିବା କଳା ରେ
କଳା ରେ ।
କଳା ରେ
ରାତି କୁ ସଜେଇ
ତୋହରି ରଙ୍ଗରେ
ଜହ୍ନ ହସାଉଛୁ ମେଳା ରେ
କଳା ରେ ।
କଳାରେ
ଯିଏ କରେ ଗର୍ବ
ତାକୁ କରୁ ଖର୍ବ
ବୁଡାଇ ତାହାର ଭେଳାରେ
କଳା ରେ।
କଳା ରେ
ତୁ ଯଦି ନ ଥାନ୍ତୁ
ସୁନ୍ଦର ନଥାନ୍ତା
ଦୁନିଆ ଟା ଶୂନ୍ୟ ଖଳା ରେ
କଳା ରେ ।

ହରିଶ୍ଚନ୍ଦ୍ର ମହାଳିକ
ପାଖର, ଅନନ୍ତପୁର, ସୋରୋ, ବାଲେଶ୍ଵର
୯୩୨୪୩୯୯୫୧୮

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *