କଳଙ୍କିତ ଇତିହାସ

ମୁଁ ନିଷ୍ପତ୍ତି ନେଲି
ମୋ ରଫ୍ ଖାତା ର ଗୋଟିଏ ପୃଷ୍ଠାରେ
ଆଙ୍କି ଦେବି ତୋ
ଅକୃତଜ୍ଞ ଚେହେରା,

କାହିଁକି ଜାଣୁ !

ତୋ ଛବି
ମୋ ଡ୍ରଇଂ ରୁମ୍ କି
ବେଡ୍ ରୁମ୍ କାନ୍ଥରେ ଝୁଲିଲେ
ସାରା ଦିନ ସାରା ରାତି
ମୋତେ ଅଶୁଭ ଅଶୁଭ ଲାଗିବ !!

ମୋ ସ୍ୱପ୍ନ ର ପରିଧି ଭିତରେ
ତୁ ଗୋଟିଏ ନୀରବ ଝଡ଼
ଯେଉଁ ଝଡ଼ ର ବିକଟାଳ ସ୍ୱରରେ
କ୍ଷତାକ୍ତ ହୋଇପଡ଼େ ଜୀବନର ଉଛ୍ଵାସ

ତୋତେ କିଏ ନା କିଏ
କେବେ ନା କେବେ
ଫୋପାଡ଼ି ଦେବ ରଦ୍ଦି ମହଲକୁ

ତୁ ଯେଉଁଠି ଅଛୁ ସେଇଠି ଥା’
ତୋତେ ପଢ଼ିବାକୁ ବୁଝିବାକୁ
ମୋର ତିଳେ ମାତ୍ର ଇଛା ନାହିଁ,

ତୋର୍ ବା ଭୁଲ୍ କ’ଣ !!

ମଣିଷ ର ମନ ବି ବେଳେବେଳେ
ଜୁଇ ଧୂଆଁ ଠାରୁ କୁହୁଡ଼ି ର ଧୂଆଁ ପରି
ଅତି ନିଷ୍ଠୁର ପାଲଟି ଯାଏ ।

ତୋ ଫେରିବା ର ପାଦ ଶବ୍ଦ
କେବେ ଶୁଣିବିନି
ତୁ ଥିଲୁ ମୋ ଅୟୁତ ଆଶାର ଏକ
କଳଙ୍କିତ ଇତିହାସ ।।

ସୁଚରିତା ମହାନ୍ତି
ମାହାଙ୍ଗା,କଟକ
୮୯୧୭୫୭୧୨୦୨

Leave a Reply

Your email address will not be published. Required fields are marked *