କଲମ

କଲମ ହିଁ ମୋ ଜୀବନ
କଲମ ହିଁ ବୁଝେ ମୋର ମନର ଭାବ
ସେ ହିଁ ଜାଣେ ମୋର ଅଝଟିଆ ସ୍ବଭାବ
ଦିଏ ନାହିଁ କେବେ
ମତେ ସିଏ ଯେ ବିରତି
ତାରି ଆଦେଶେ ମୁଁ ଯେ ଲେଖେ
ଦିନ ଓ ରାତି
ମୋଆଗରେ ସେ ପରା ହସିହସି ଚାଲେ
ମୋ ମନର ଭାଷାକୁ ସେ ନିର୍ଭୟ ରେଖୋଲେ
ନିର୍ଜିବ ଖାତାଟି ମୋର ପଡିରହି ଥାଏ
କଲମଟି ମୋର ତାକୁ ଜୀବଦାନ ଦିଏ
କଲମ ହିଁ ମୋର ଜୀବନ
କଲମ ହିଁ ମୋର ସାଧନ
କଲମ ହିଁ ମୋର ସ୍ବପ୍ନ
କଲମ ଟି ମୋର ଅମୂଲ୍ଯ ରତ୍ନ
ଭାବନା ରାଜ୍ୟରେ ଘୁରେ ମୁଁ କଣ ଲେଖିବି
କଲମ ଟି ଭାବି ଭାବି ମୋ ମନ କଥା ଲେଖେ
ପ୍ରତିକ୍ଷଣରେ ସେ କବିର ଭାବନାକୁ ପରଖେ
କଲମ ଦେଖାଏ ମତେ ବହୁ ଆଡମ୍ବର
ସହି ଯାଏ ତାରକଥା ସେ ମୋ ଜୀବନ ଆଧାର
ତା ସାଙ୍ଗେ ଯାଏ ମିତ ବସି
ସେ ଯାହା ଲେଖେ
ପାଠକେ ପଢି ହୁଅନ୍ତି ଖୁସି

ରାଧାରାଣୀ ପଟ୍ଟନାୟକ
ବରଗଡ, ଚନ୍ଦନ ନଗର
ଫୋନ–8917237137

Leave a Reply

Your email address will not be published. Required fields are marked *