କବିର କଲମ କୁହେ ମନ କଥା
କବିଙ୍କ ହସ୍ତରେ ଥାଇ
କଲମ କବିଙ୍କ ଏକମାତ୍ର ଧନ
ତାପରି ନାହିଁ କେହି
କବି କଲମର କେଇପଦ କଥା
ଥରାଇ ପାରେ ସୃଷ୍ଟି
କଲମ ଅଟଇ କବିର ଅସ୍ତ୍ର
କେହି ନ ପାରିବେ ତିଷ୍ଠି
ଶବ୍ଦ ବାଣରେ ଆକାଶକୁ ଚିରି
ମାଟିକୁ ପାରେ ବିଦାରି
ପଥର ହୃଦୟେ ତରଙ୍ଗ ଉଠଇ
ଲଂଘିପାରେ ରତ୍ନଗିରି
ସକାଳେ ସଞ୍ଜରେ ସୁଖରେ ଦୁଃଖରେ
କଲମ କବି ଧରିଥାଏ
କିଛି ଭାଷାର ସମାହାରରେ
ସମାଜକୁ ବାର୍ତ୍ତା ଦିଏ
କବି ପୂଜାପାଏ ସାରା ଜଗତରେ
ଏକଥା ନଯିବା ଭୁଲି
ମୁଖରେ ଯାହା କହି ହୁଏ ନାଁହି
କଲମ କୁହଇ ଖୋଲି
କବିର କଲମେ ବନ୍ଦ ହୋଇଥାଏ
କେତେ ଅନନ୍ୟ ସ୍ମୃତି
ଯୁଗେ ଯୁଗେ କବି ଅମର ନାୟକ
କଲମ ଏକାନ୍ତ ସାଥୀ
ସିନ୍ଧୁ ନନ୍ଦିନୀ
ଭୁବନେଶ୍ବର