
କଲମ ନିଃସୃତ ଧାଡ଼ିକୁ ମୋର
ଏ ଦୁନିଆ କହଇ କବିତା,
ହେଲେ ନୁହେଁ ମୁଁ କବି
ସେ କବିତା ଧାଡ଼ିର…
ମୁଁ ତ ଦୀପ, ସିଏ ଘୃତ ସଳିତା l
ଜାଣେନା କାହିଁକି ଲେଖେ କିଛି ମୁଁ
ନିରୋଳାରେ ବସି ଏକା,
ଏମିତି ଲାଗଇ ସିଏ ଏକା ମୋର
ଜୀବନର ସତ ସଖା l
ଭୁଲିଯାଏ ସବୁ, ଭୋକ ଶୋଷ ମୁଁ ଯେ
ଧରିଲେ କଲମ ମୁନ,
ନ ଲେଖେ ଯେବେ ଏମିତି ଲାଗଇ
ଜଳ ବିନା ଯେହ୍ନେ ମୀନ l

ଘର୍ କବିତାରେ କେତେକ ସ୍ଥାନରେ ଉପଯୁକ୍ତ ଶବ୍ଦର ଵିକ୍ରୃତି ପରିଲକ୍ଷିତ ହେଉଛି। ତେବେ କଵିଙ୍କ ଭାବ ଓ ଚିନ୍ତାଧାରା ଉଚ୍ଚକୋଟୀର। କେବଳ କେତେକ ଶବ୍ଦର ପରିବର୍ତ୍ତନର ଆବଶ୍ୟକତା ରହିଥିବା ଅନୁଭବ ହେଉଛି।
ଘର୍ କବିତାରେ କେତେକ ସ୍ଥାନରେ ଉପଯୁକ୍ତ ଶବ୍ଦର ଵିକ୍ରୃତି ପରିଲକ୍ଷିତ ହେଉଛି। ତେବେ କଵିଙ୍କ ଭାବ ଓ ଚିନ୍ତାଧାରା ଉଚ୍ଚକୋଟୀର। କେବଳ କେତେକ ଶବ୍ଦର ପରିବର୍ତ୍ତନର ଆବଶ୍ୟକତା ରହିଥିବା ଅନୁଭବ ହେଉଛି। ଅନ୍ୟ କବିତା ସବୁ ସୁନ୍ଦର ହୋଇଛି।