କବିତା ! ତୁମେ ମୋର ପ୍ରେୟସୀ .
ତୁମକୁ ଛାଡି ମୁଁ ବଞ୍ଚି ପାରିବିନି,
ତୁମେ କେବେ ମୋର ଆଖି ସାମ୍ନାରେ ଝୁଲ,
କେବେ ମୋର ହୃଦୟ ଭିତରେ ଉଙ୍କି ମାର,
ମୋର ସାମ୍ନାରେ ଘୂରି ବୁଲ,
ପ୍ରଜାପତି ର ରଙ୍ଗନେଇ।୧।
କେବେ ହଳଦୀ ବସନ୍ତ ର ରୂପନେଇ ,
ମୋର ଭାବନାର ଗହଳ ଲତା ରେ,
ତୁମେ ଖେଳି ଥାଅ ଲୁଚକାଳି ଖେଳ,
ତ କେବେ ଦେଖା ଦିଅ ଶ୍ରାବଣର,
ରିମ୍ ଝିମ୍ ବରଷା ଧାରାରେ,
ପୁଣି କେବେ ନବ ବସନ୍ତର,
ମୃଦୁ ମନ୍ଦ ମଳୟ ଭିତରେ।୨।
କେବେ ଦେଖା ଦେଇ ଥାଅ,
ଗହଳ ଆମ୍ବ୍ର କୁଞ୍ଜରେ ଗାନରତ,
କୋଇଲିର ପଞ୍ଚମ ତାନର,
ମଧୁର ମୁର୍ଛନା ଭିତରେ,
ତ କେବେ ଆକାଶର ଅନନ୍ତ ନିଳିନିମା ରେ,
କେବେ ପୁଣି ଶିମାହୀନ ସାଗର ର,
ଶବ୍ଦାୟିତ ନିଳ ତରଙ୍ଗ ଭିତରେ ।୩।
କେବେ ଦେଖାଦିଅ ତୁମେ ଦୂର ଦିଗ୍ ବଳୟ,
ପରିବେଷ୍ଟିତ ଆଉ ପରିଶୋଭିତ ନିଳ ଶୈଳ ଭିତରେ,
ଆଉ ନିଘଞ୍ଚ ବନାନୀ ର ଶ୍ୟାମ ସବୁଜିମା ଭିତରେ,
ପୁଣି କୁନି ବନ ଝରଣାର କୁଳୁ କୁଳୁ ନାଦ ରେ,
ତ ବନ୍ୟ ପକ୍ଷୀ ସମୁହଙ୍କ କଳ କାକଳି ରେ ,
ପୁଣି ବନ ହରିଣୀର ଚଞ୍ଚଳ ଚାହାଁଣୀ ରେ। ୪।
ମୋର ପ୍ରିୟତମା ପତ୍ନୀ ର ବିକଳ୍ପ ରୂପେ,
ଆଜି ମୋ ସାମନାରେ ପ୍ରତିଉାତ ତୁମେ କବିତା !!
ତୁମକୁ ମୁଁ ଜୀବନ ଦେଇ ଭଲ ପାଏ, ଭଲ ପାଉ ଥିବି ମଧ୍ୟ,
ଆଉ ତୁମକୁ ନେଇ ମୁଁ ବଞ୍ଚିବି ମୋର ଜୀବନର,
କମ୍ଭୁଧର ସୁନା
ବାଘମାରୀ, ବୀରମହାରାଜପୁର
ସୁବର୍ଣ୍ଣପୁର
ମୋ. ୯୫୫୬୧୯୯୦୬୦