ଶୁନ ଶୁନ ଗୁରୁଜନେ କହୁଛେଁ ବୁଝେଇ,
କବି ମନର୍ କଥା ଜେତେ କବିତା ନେ କହି…..।।
କବିତା ଯେ ବନ୍ଧୁ ସିନ୍ଧୁ କବି ସାଙ୍ଗ ର୍ ଜୁଲି,
କାଗଜ୍ କଲମ୍ ଧରି କବି ମନେ ହେସନ୍ ଭାଲି….।।
କହୁଛନ୍ ଗୋ କବି ସୁନ କବିତା ସୁନ୍ଦରୀ
ବିହି ଦେଲା ଶରଗ୍ ସୁଖ ତୁମ୍ କେ ଦେଇ କରି….।।
ପାଇଛେଁ ଗୋ ସରଗ୍ ତରା ମୋର୍ ସୁଖର୍ ପସରା
ତୁମେ ପାସେ ଥିଲେ କାଏଁ ଛାଏଁ କାଏଁ ଖରା।…।।
ତୁମେ ମୋର୍ ତ ପରାନ୍ ସହି ମୁଇଁ ତୁମର୍ ସଖା,
କେତେ ଦିନୁ ଇ ଜୁଗେ ଗୋ ଦେଲ ମତେ ଦେଖା….।।
ପାନି ର୍ ବିନେ ଝୁରି ଯେନ୍ତା ଛଟ୍ ପଟେଇ ମରେ
କାଗଜ କଲମ୍ ଧରି କବିତା ମୁଇଁ ତୁମ୍ କେ ଝୁରି….।।
ସୁଖେ ଦୁଖେ ତୁମେ ମୋର୍ ତ ପାସେ ହେସ ଠିଆ,
ଆଁଖିର୍ ପାନି ଝରିଜାଉଥିଲେ କେତେ ଦେଉଥିସ ଟିଆ….।।
ତୁମେ ମୋର୍ ତ ସାଙ୍ଗ ର୍ ଜୁଲି ରସର୍ ରସାଲି,
କାମ୍ କବାରେ ଥିଲେ ତୁମ୍ କେ ମରୁ ଥିସିଁ ଭାଲି….।।
ଶରୀର ନାଇଁ ନ ତୁମର୍ ତୁମେ ବେ ଶରୀର,
ମନ୍ ଭିତ୍ରେ ବସିଛ ଗୋ, ଗଢି ସୁନାର ମନ୍ଦିର…..।।
କଲମ୍ ବିନେ କାଗଜ୍ ବୁପ୍ରା ରହେତା ଅଲେଖା
କବି କେ କବିତା ଯଦି ନାଇଁ ଦେତା ଦେଖା….।।
ଗୁଟେନ ଜୀବନ ଧନ ଚାର୍ ଟା ପରାନ,
କାଗଜ୍ କଲମ୍ ସଙ୍ଗେ କବିର୍ କବିତା ଲିଖନ…..।।
ଜହ୍ନ୍ କେ ଯୁଗିଛେ କଇଁ, ଫୁଲ୍ କେ ଯେ ମାଲି,
କାଗଜ୍ କଲମ୍ ଧରି ସଖି ତୁମ୍ କେ ମରେଁ ଭାଲି….।।
କେନ୍ ଜନମର୍ ଇଟା ଗୋ ମୋର୍ ପୁନ୍ୟର୍ ଫଲ,
ବିହି ଦେଇଛେ ଦାନଗୋ ସତେ ସରଗ୍ ତୁଲ…..।।
ଧଏନ୍ ଧଏନ୍ ବିଧାତା ଗୋ, ଧଏନ୍ ତୋର୍ ବିଧାନ
କେନ୍ ପୁନ୍ୟର୍ ଫଲେ ଦେଲୁ ମୁନୁଷ ଜିବନ…..।।
କାହାକେ କଲୁ ମୁନୁଷ, ସୁଖେ ଦେଲୁ ଭରି,
କାହାକେ ଦେଲୁ ଜୀବନ ନିର୍ବୁଦ୍ଧିଆ କରି….।।
କବି କହୁଛନ୍ ଶୁନ ଗୋ, ସଭେ କାନ୍ ଡେରି,
ସମ୍ବଲପୁରର୍ ଛୁଆ କବିର୍ ଭାଷା ସମ୍ବଲପୁରୀ….।।
ଯେନ୍ ମାଟି ବୁହି ଜାଉଛେ, ମହାନଦୀର୍ ପାନୀ,
ଯେନ୍ ମାଏଟ୍ କେ ଢାପି ରଖିଛ, ମାଁ ର୍ ପନତ୍ କାନୀ….।।
ଯେନ୍ ମାଟି ଜନମ୍ ହେଲେ କବି ଗଂଗାଧର,
ଯେନ୍ ମାଟି ର୍ ରଜା ଥିଲେ ବୀର ସୁରେନ୍ଦର…..।।
ସେ ମାଟିର୍ ଛୁଆ ମୁଇଁ, ମାଁ ର୍ ପାଦର୍ ଧୁଲି,
ମାଁ ର୍ ଦେଲା ସୁଖ୍ କେ କେଭେ ନାଇଁ ପାରେଁ ମୁଇଁ ଭୁଲି….।।
ମାଁ ର୍ ଦୟାବଲେ ତୁମ୍ କେ ପାଇଛେଁ ଗୋ ସଖି,
ତାର୍ ଦୟା ହେତୁ ଆଜି ଦେଲି ତୁମ୍ କେ ଲେଖି….।।
ଏତେ କହି ରହେଲି ଗୋ କବି ଗୁରୁଜନ,
ଭୁଲ୍ ଥିଲେ ମାପ୍ କରବ ନାଇଁ ଭାଙ୍ଗ୍ ବ ମନ…..।।
ଅଜ୍ଞାନୀ ମୁରୁଖ ବଲି, ନାଇଁ ଦେବ ଗାଲି
ମନ୍ କେ ପାଏଲେ ଗୁରୁ ଦେବ କରତାଲି…..।।
ଗର୍ଜି ଜାଉ କର ତାଲି, ପୁରି ଜାଉ ମନ,
କବିତା ପୁରାନ ଇନେ କଲି ଗୋ ସମ୍ପୂର୍ଣ୍ଣ…..।।
ବିଚିତ୍ରା ବାଗ୍
ନନ୍ଦପଡା ସମ୍ବଲପୁର