କବିତା ଗୋ ତୁମେ,

କବିତା ଗୋ ତୁମେ,
ମୋ ହୃଦୟ ର ସ୍ପନ୍ଦନ
ମୋ ଲଲାଟ ର ଚନ୍ଦନ
ମୋ ଚକ୍ଷୁ ର ଜ୍ୟୋତି
ମୋ ବିଶ୍ୱାସ ର ସାଥୀ
କବିତା ଗୋ ତୁମେ ମୋ,
ପଦ ଯୁଗଳ ର ଛନ୍ଦ
ମୋ ଜୀବନେ ଆନନ୍ଦ
ମୋ ଓଷ୍ଠ ରେ ସାତ ସୁର
ମୋ ଶବ୍ଦ ର ଭଣ୍ଡାର

କବିତା ଗୋ ତୁମେ ମୋ,
ଗ୍ରୀଷ୍ମ ର ନିଦାଘ
ମୋ ବର୍ଷା ର ପ୍ରାର୍ଚୂର୍ଯ୍ୟ
ଶରତ ର ନିର୍ମଳ
ଆଉ
ହେମନ୍ତ ର କାକର
କବିତା ଗୋ ତୁମେ ମୋ
ଶୀତ ର ପରଶ
ମୋ ବସନ୍ତ ର ରାସ
ମୋ ପ୍ରୀତି ର ପ୍ରଣୟ
ମୋ ଖୁସି ର ବଳୟ

କବିତା ଗୋ ତୁମେ
ତୁମେ ଖାଲି ତୁମେ
ତୁମ ବିନା ଶୂନ୍ୟ ସବୁ
ନିର୍ଜୀବ ଏ ଧାମେ

ସ୍ୱର୍ଣ୍ଣପ୍ରଭା ମହାପାତ୍ର
ସୁବର୍ଣ୍ଣପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *