ଏମିତି ସମ୍ପର୍କ ଟିଏ ଅଛି
ଚାରିମେଘ ଏହି ବୁଢା ସଞ୍ଜ ବେଳେ .
ଆକାଶ ଓ ପୃଥିବୀ ମଧ୍ୟରେ !!
ସେହି ମିଛି ମିଛିକା ସାଥି ହୋଇପଡ଼େ
ଆକାଶରୁ ଯେତେବେଳେ
ଶୀତଳ ଜଳ ଟୋପା ଟୋପା
ଟିକେ ଲୁହ ହୋଇ ଝରି ପଡ଼େ ..!
ମାଟିବି ସ୍ପର୍ଶରେ ନାଚିଉଠେ
ଆକାଶ ତାରା ନକ୍ଷତ୍ର ମାନଙ୍କର ଝଡ଼ !
ପୁଣି ଓଦା ଲୁହ ଆଖିର କହେ କିଛି
ରୁଣୁ ଝୁଣୁ ଶବ୍ଦ କରି ଚାଲୁଥିଲ …!
ହେ ପ୍ରକୃତି ତୁମେ କାହିଁକି ସୃଷ୍ଟି
କଲ ପ୍ରୀତି ବାନ୍ଧି ଦେଇ…
ଏପରି ସମ୍ପର୍କ କାହିଁକି ଗଢି ଦେଲ !
ପୁଣି ବଢ଼େଇ ଦିଏ ପାଦ ରାତ୍ରୀରେ ମୋର
ଏହି ଅଗଣା ସମ୍ମୁଖରେ ରାଜପଥ ଦେଇ
ଓଢଣା ଦେଇ ଚାଲିଗଲ …!
ପଣତ କାନି ଦେଇ ମୁଣ୍ଡରେ ଓଢଣା ଟାଣି
ଧିରେ ଧିରେ କାଚ ରୁଣୁ ଝୁଣୁ ଶବ୍ଦ କରି
ଚାଲିଯାଏ କେଉଁ ଆଡ଼କୁ…. !!
ନଈ ସମୁଦ୍ର ଆଗକୁ ବଢେ ସନ୍ତସନ୍ତିଆ
ଜାଗାରେ ନଇଁ ପଡ଼ିଲେ ଛାଡ଼ି ଦିଏ …
ଧରିତ୍ରୀ ତୃଷିତ କାହଁକି ଏମିତି ହେଲା ..!
କିନ୍ତୁ କିଏ ହସେ କଏ କାନ୍ଦେ
ଧରିତ୍ରୀ ଶୁଷ୍କ ଦୁଃଖ ଦେଖି ଅମ୍ବର
ଲୁଚି ଲୁଚି କାନ୍ଦି ପକାଏ !!
ଏ କି ବିଡ଼ମ୍ବନା ଫୁଲ ଚାନ୍ଦିନି ପରି
ବର୍ଷା ଯାଏ ଝରି …
ଚଷା ପୁଅ ହସି ଉଠେ ଛାତି ଚଉଡା ହୁଏ !!
ଶ୍ୟାମଳ ଶୃଙ୍ଗାର ହସିଉଠେ ଧରା …!
ମୁଠା ମୁଠା ସୁନା ଫସଲ ଅମଳ
ହୁଏ ବିମୋହିତ ହୁଏ ପୁଥିବୀ ସମ୍ପର୍କର
ପରିଚୟ ନେଇ …..?!!