ଏମିତି କିଆଁ ହୁଏ

ଧଳା ଚକ୍ ଚକ୍ ପୋଷାକ ଲଗାଇ
କଳା କାମ କିଆଁ କରୁଛି
ଭଦ୍ରତାର ମୁଖା ପିନ୍ଧି ରାଜନେତା
ଜନତାଙ୍କୁ କିଆଁ ଲୁଟୁଛି ।।
ଗରିବଙ୍କ ପାଇଁ ଆସୁଛି ଯୋଜନା
ବାଟରେ କିଆଁ ଗଳୁଛି
ଗରିବ ର ଦାନା ବାଟ ରୁ କାହିଁକି
ଅମଲା ପାଖକୁ ଯାଉଛି ।।
ଝିଅ ପୁଅ ଯଦି ସମାନ ହେଲେଣି
ଝିଅ ହେଲେ ଦୁଃଖ କାହିଁକି ,
ପୁଅ ପାଇଁ ବାର ବରତ ଆଜିବି
ମା କିଆଁ ସତେ ରଖୁଛି ।।
ସମସ୍ତେ ସମାନ ଡିଣ୍ଡିମ କରନ୍ତି
ସବୁ ସରକାର କାହିଁକି ?
ଜାତିଭେଦ କିଆଁ ଚାକିରୀ କ୍ଷେତ୍ରରେ
ସବୁଠାରେ ଆଜି ରହିଛି ।।
ଭୋଟ୍ ବ୍ୟାଙ୍କ୍ ସବୁ ରାଜନୀତି ଏଠି
ଲୋକଙ୍କର ପାଇଁ ନୁହେଁଟି,
କାମ ସରିଗଲେ ଆଉ କେ ପଚାରେ
ତୁମକୁ ସେ ଚିନ୍ହି ନାହିଁ ଟି ।।।
ଧରମ ନାଁଆରେ ଧରମ ଭିତରେ
କଳି କଜିଆ କାହିଁକି,
ସବୁଠି ଈଶ୍ୱର ରହିଛନ୍ତି ଯଦି
ନାଁ ଭିନ୍ନ କିଆଁ ରହିଛି ।।
ଭାଇ ଭାଇ ଠାରେ ବିଶ୍ବାସ ରହୁନି
ଜମି ବାଡ଼ି ପାଇଁ ଲଡୁଛି,
ରକତ ର ଭାଇ ରକତ ନେଉଛି by
ଏମିତି କିଆଁ ହେଉଛି ।।
ଅବସର ହୁଏ ଷାଠିଏ ବରଷେ
ସରକାରୀ କାମେ କିଆଁ
ରାଜନୀତି ଠାରେ ନାହିଁ ଅଵସର
ମୁହଁ କୁ ଲାଗୁନି ନିଆଁ ।।

ଜଗତ ଠାକୁର କରୁଛି ବିନତି
ମୋ କଥା ରଖିବ କହୁଛି
ହିଂସା ଅହଂକାର ପାପ ଲିଭିଯାଉ
ତୁମ ନାମ ମୁହିଁ ଜପୁଛି

ରାଜେଶ କୁମାର ପଟ୍ଟନାୟକ
9937722369 , ଆ କଟାପାଲି

Leave a Reply

Your email address will not be published. Required fields are marked *