ଏତିକି ଯଥେଷ୍ଟ

ମୁଁ ହଜେ ନାହିଁ କି ଖୋଜା ପଡେନାହିଁ
ନା ମୋର ଅତୀତ ଅଛି ନା ବର୍ତମାନ
ଭବିଷ୍ୟତ ଏକ ଘନ ଅନ୍ଧାର କୋଠରୀ
ନିସ୍ତେଜ, ନିଃଶବ୍ଦ ନିଃସହାୟର ମିଶ୍ରଣରେ
କିଛି ଅଶ୍ରୁ, କିଛି କୋହ, କିଛି ଅଣନିଃଶ୍ବାସୀ ପଣକୁ
ଘାଣ୍ଟି ଚକଟି ପ୍ରସ୍ତୁତ ହୋଇଛି ମୁଁ
ଏଣୁ , ବିଳାପର ପ୍ରଶ୍ନ ବା ଉଠିବ କେମିତି ?
ତିରସ୍କାରକୁ ବଦନେ ବୋଳି ହେବାର ଅଭ୍ୟାସ
ମୋର କେଉଁ କାଳର,
ଏଥିରୁ ବା ନିବୃତ୍ତ ହେବି କେମିତି
ଏଇ ତ ମୋର ସର୍ବଶ୍ରେଷ୍ଠ ପୁରସ୍କାର
ମଥାରେ ଚନ୍ଦନ ଭଳି ମୁଁ ବୋଳି ହୁଏ କଳା କୁ,
ହଁ ସେଇ କଳା ଯାହା
ଅନ୍ୟମାନଙ୍କ ପାଇଁ ଭିନ୍ନ ଅର୍ଥ ରଖେ
ମୁଁ ଠିକ୍ ସେମିତି, ଯେମିତି ତୁମେ ଅନୁଭବ କର
ମୁଁ ମଧ୍ୟ ଠିକ୍ ସେମିତି
ଯାହା ଅନ୍ୟମାନେ ଅନୁଭବ କରନ୍ତି
ମୁଁ ମଧ୍ୟ ଠିକ୍ ସେମିତି
ଯାହା ଈଶ୍ୱର ଅନୁଭବ କରନ୍ତି
ଏତିକି ତ ଯଥେଷ୍ଟ
ଜଣେ କବି , ଲେଖକ ଓ କଳାକାର ପାଇଁ ।।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର

Leave a Reply

Your email address will not be published. Required fields are marked *