ଏତକ ମାଗୁଣି ମୋର

ମୁଦ୍ରିତ ନୟନେ ଦେଖିଦେଲା ଦିନୁ
ତୁମ ସେ ଚକାନୟନ
ଖୋଲିବାକୁ ଆଖି ଆହେ ଜଦୁପତି
ବୋଲୁ ନାହିଁ ମୋର ମନ।

ଜଗତ କରତା ସର୍ବ ମନୋରଥା
ତୁମେ ତ କୃପା ସାଗର
ଏତକ ହେଉହେ କରୁଣା ତୁମର
ନିଦ ନପୁରୁ ହେ ମୋର।

ଆହେ ଦୟାମୟ ରାଧା ଭାବମୟ
ଏତିକି ମାଗୁଣି ମୋର
ଦେଖୁ ଦିବା ନିଶି ତୁମ ରୂପ ରାଶି
ନୟନ ଜୁଗଲ ମୋର୍।

ଶୟନେ ସପନେ ଅବା ଜାଗରଣେ
ନେତ୍ରେ ଥାଉ ତୁମ ଛବି
ଦିଅ କୃପାବାରି ମୋହନ ମୁରାରୀ
ମନୋବାନ୍‌ଛାଜାଉ ପୁରି ।

ଏତକ ବିନତି ଆହେ କୃପାନିଧି
ନେତ୍ରେ କରି ଥାଅ ବସା
ହରେକୃଷ୍ଣ ନାମ କରୁଥିବି ଗାନ
ଆସିଗଲେ ଶେଷ ଦସା।

ମନୋଜ୍ ବାଗ୍
ବିଶିପଡ଼ା ୱl ନ-୭ ବରଗଡ଼

Leave a Reply

Your email address will not be published. Required fields are marked *