ଏକା ଏକା ଲାଗେ ଆଜି

ଏକା ଏକା ଲାଗେ ଆଜି – ୪ (ଘୋଷା)
ବିଜନ ବେଳାରେ ପବନ ବାହୁନେ
ସ୍ମୃତିଝରା ଦିଏ ମନ ଉପବନେ
ଆଖିପତା ଯାଏ ଭିଜି (ଘୋଷା)

ସଞ୍ଜ ସକାଳରେ ଯେବେ ଦୀପ ଜଳେ
ଦିଶିଯାଏ ତୁମ ମୁହଁ
ଶଙ୍ଖ ବାଜି ଉଠେ ମନର କୋହରେ
ଭଉଁରୀ ଖେଳଇ ଲୁହ – ୨

ରହି ରହି ଚାଲେ ପଛକୁ ଚାହିଁ ମୁଁ
ବସି ବସି ଯାଏ ହଜି (ଘୋଷା)

ଦୂର ଦିଗନ୍ତରେ ମିଛ ମିଳନରେ
ହସଇ ମାଟି ଆକାଶ
ପ୍ରେମ ବିରହରେ ପ୍ରେମୀ ଜିଏଁ ମରେ
ହସି ପିଇ ଥାଏ ବିଷ – ୨

ଅବଶୋଷ ନାହିଁ ହାରିଦେଲି ମୁହିଁ
ଜିତି ଯାଇଥିବା ବାଜି (ଘୋଷା)

ବିଲୋଚନ ପାତ୍ର
“ଚାରିଧାମ”, ବରଟୋଲି
ରାଉରକେଲା

Leave a Reply

Your email address will not be published. Required fields are marked *