ଏକପଦୀ ତଡ୍‌‌କା

ଗୁରୁ

ମାଷ୍ଟର ଟିଚର ଗୁରୁ ଭାବ ଅର୍ଥ
ବୁଝେଇବ କା’କୁ କିଏ,
ମନ ତନ ଦେଇ ଯିଏ ଗଢେ ପିଲା
ଗୁରୁ ପଦବାଚ୍ୟ ସିଏ…!

ପିଅନ

ଅଫିସି ପିଅନ ଭାରି ସରଳିଆ
କହି ତୋଷେ ମିଠା କଥା,
ଅଭାବ କଷଣ ସିଏ ବୁଝେ ନାହିଁଁ
ଲାଞ୍ଚ ପାଇ ହୁଏ ଅଠା…!

ନେତା

ନେତା ସିଆଣିଆ ନିଜ ହିସାବରେ
ମନ୍ତ୍ର ଫୁଙ୍କେ ଲୋକ କାନେ,
ମନର ଭାବନା ପୂର୍ଣ୍ଣ ହୋଇଗଲେ
ହୋଇଯାଏ ହିରୋ ମନେ…!

ଠିକାଦାର

ଠିକାଦାର ଅଟେ ଭାରି କାମିକିଆ
ମୁହଁରୁ ତା’ ମହୁ ଝରେ,
ଶହେରୁ ଚାଳିଶି କାମ କରିଦେଇ
ପୂର୍ଣ୍ଣତାରେ ହାଇ ମାରେ…!

ଅଫିସର

ଫୁଟାଣି ମାରେ ସେ ଅଫିସର ବୋଲି
ନିଜ ଅତୀତକୁ ଭୁଲି,
ପିଲାଛୁଆ ତା’ର ଅମଡା ବାଟରେ
ମନେ ମନେ କହେ ମଲି…!

କୈଳାସ ମହାରଣା

ଗୋଡଭଗା କେମ୍ପ୍
ସମ୍ବଲପୁର

2 thoughts on “ଏକପଦୀ ତଡ୍‌‌କା

Leave a Reply

Your email address will not be published. Required fields are marked *