ଦିନଟିଏ ଗଡ଼ିଗଲେ ବଢ଼େ ସିନା ବୟସ
ଦିନ ଯାଏ ଚିହ୍ନ ରହେ କମିଯାଏ ଆୟୁଷ ।।
ଯଉବନ-ଇନ୍ଦ୍ରଜାଲେ ଥରେ ଯିଏ ପଡ଼ିଛି
ହସ ଖୋଜି ବଜାରରୁ ଲୁହକୁ ସେ କିଣିଛି ।
ଶେଷ ପାହାଚରେ ବସି କଲେ ଯେତେ ହିସାବ
ଶେଷ ହୀନ ଅବସୋସ ଅବଶେଷେ ରହିବ ।
ଭାବୁଭାବୁ ଗଡ଼ିଯିବ ଦିନ ମାସ ବରଷ..
ଦିନଟିଏ ଗଡ଼ିଗଲେ ବଢ଼େ ସିନା ବୟସ ।।
ଅଭିନୟ ସରିଯିବ ଚିହ୍ନୁଚିହ୍ନୁ ଜୀବନ
ଜୁଇର ପାଉଁଶେ ହେବ ପରିଚୟ ଲିଖନ ।
ପ୍ରାୟଶ୍ଚିତ ଲୋଡ଼ୁଥିବ ଆଉ ଏକ ଜନମ
ଜନମରୁ ମୋକ୍ଷ ପଥ ହେବ ସାତ ସପନ ।
ସୁକରମ ଏକା ସିନା ମରଣକୁ ପୀୟୂଷ..
ଦିବାକର ନାୟକ
କନିସି, ଗଞ୍ଜାମ
ମୋ-୯୯୩୮୬୧୯୯୮୧
ବହୁତ ସୁନ୍ଦର