ଏଇ ଜୀବନଟା ଜୀବନ ନୁହେଁ

ବାପା ମା ସ୍ନେହ ଛୁଆ ପାଉନାହିଁ
ଯଦି ହଷ୍ଟେଲରେ ଦିନ କାଟୁଛି…..
ମା ପଣତକାନି ମିଳିପାରୁ ନାହିଁ
ମା ଯଦି ଡ୍ରେସ୍ ପିନ୍ଧୁଛି…..!!

ଅଜା ଆଇ ଗପ ଶୁଣିପାରୁ ନାହିଁ
ଛୁଆ ମୋବାଇଲ ଖେଳୁଛି…..
ମା ହାତ ରନ୍ଧା ଭଲ ଲାଗିବ ନାହିଁ
ଅନଲାଇନ୍ ରେ ଖାଦ୍ୟ ଆସୁଛି…..!!

ପୁଅ ବୋହୂ ସେବା ମିଳିବ ନାହିଁ
ପୁଅ ବଡ ଚାକିରି କରିଛି…..
ବାହାନା ଦେଖେଇ ନିଜ ସ୍ତ୍ରୀ ସାଥେ
ବିଦେଶରେ ଦିନ କାଟୁଛି….!!

ଭାଇ ଭାଇ ମଧ୍ୟେ ଝଗଡ଼ା ଲାଗିବ
ଯଦି ମାଇପ ବୁଦ୍ଧିଆ ହୋଇଛି…..
ସ୍ବାମୀ ସ୍ତ୍ରୀ ସମ୍ପର୍କ ଭଲ ହବ ନାହିଁ
ଯଦି ଅନ୍ୟ ସାଥେ ସମ୍ପର୍କ ରହିଛି…..!!

ସମାଜ କେବେ ଭଲପାଇବ ନାହିଁ
ଯଦି ଗର୍ବ, ଅହଙ୍କାର ରହିଛି……
ସମାଜରେ ତମେ ଗଣା ହବ ନାହିଁ
ଯଦି ମଣିଷ ପଣିଆ ହଜିଛି…..!!

ଜୀବନରେ କେବେ ଶାନ୍ତି ମିଳିବନି
ଯଦି ଅନ୍ଧବିଶ୍ୱାସ ମୁଣ୍ଡରେ ରହିଛି…..
ସେଇ ଜୀବନଟା ଜୀବନ ନୁହେଁ
ଯଦି ଲୁହ ପିଇ ଦିନ କଟୁଛି…..!!

ଚିତରଞ୍ଜନ ବେହେରା
ବୌଦ୍ଧ
ମୋ – 9438710387

Leave a Reply

Your email address will not be published. Required fields are marked *