ଇଲେକ୍ସନ

ଆଏଲେ ଇଲେକ୍ସନ୍ କେତେ ଟେନ୍ ସନ୍
ନେତା ମନ୍ତ୍ରୀ ମାନ୍ କର୍,
ଘର୍ ଘର୍ ଯାଇ କହେସନ୍ ସବ୍ କେ,
ଦେମୁ ଇନ୍ଦ୍ରା ବାସ୍ ଘର୍।।

ନାଇଁ ଥାଉ ପଛେ ଚିହ୍ନା କି ଜନା,
ବେଭାର ଦେଖ୍ ବ କେତେ,
ଜେନ୍ ତା ମିତ୍ରି ଡାକ୍ ସନ୍ ସବ୍ କେ,
ମାଆ ର୍ ପେଟ ର୍ ଭାଇ ସତେ।।

ଗୁଟେ ଥାଳି ରେ ଭାତ୍ ଖାଇ ଦେବେ,
ପିବେ ଅଁଏଠା ପାନି,
କାମ୍ ସରିଗଲେ କିଏ ଆର୍ ପଚାରେ,
ନାଇଁ ପାରନ୍ କାହାକେ ଚିହ୍ନି।।

ଦେବେ ପଏସା ପିଆବେ ପାଉଚ୍
ଖୁଆବେ ଶିକାର ଭଜା,
ଭୁଟ ମାଗିନେବେ ହେନ୍ତା ହେନ୍ତା କରି,
ଫେର୍ ହେଇ ଯିବେ ରଜା ।।

ପାବାର ପାଏଲେ ମୁଂହୁ ମୁଡୁ ଥିବେ,
ଦେଖେଇ ହେବେ ବିଯି,
ବିପଦ ବେଳେ ନାଇ ଠିଆ ହୁଅନ୍,
ଆଁଏଖ ଦେବେ ମୁଂଜୀ ।।

ଦଉଡି ଦଉଡି ବାହାର ବା ଝାଳ,
ଅଥା ତୁଇ ହେଇ ଯିବୁ,
ଭତ୍ତା ପେନ୍ ସନ୍ ଗୁଟେ ର୍ ଲାଗି,
ହାଥ୍ ଗୋଡ ଧରୁ ଥିବୁ।।

ଦିନ୍ କିଆ କବାର୍ ନାଇ କର୍ ବାବୁ,
ସବୁ ଦିନ କେ ଦେଖ୍
ବାଛି କରି ଗୁଟେ ଭଲ ପ୍ରତିନିଧି,
ରଖ୍ ନିଜର ଟେକ୍।।

ଭୁଟ ଦେବୁ ତୁଇ ନି ନେଇ ଧନ୍,
ଦେବୁ ଦେଖି ଭଲ ଲୋକ,
ପଏସା ନି ନେବାର ଲୋକ ଟା ଜିତଲେ,
ବୁଝ୍ ବା ତୋର ପେଟର ଭୋକ।।

ପଦ୍ମଲୋଚନ ଜଗଦଲା

ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ,

ସମ୍ବଲପୁର,

Leave a Reply

Your email address will not be published. Required fields are marked *