ଅତି ଗେଲେହି ସରଲ୍ ସୁତର୍
ନାଁ ଟା ତାର୍ ଇନ୍ଦୁ,
ଅସୁଂଦର୍ ବଏଲେ କିଛି ନାଇଁ
ଗାଲେ ଗୁଟେ କଲା ବିନ୍ଦୁ । ୧
ଅଝଟ୍ ନାଇଁ କରେ ଦରବ୍ ଲାଗି
ଜାଣା ଦେଲେ ନାଇଁ ମନା,
ଅନାଥ୍ ଲେଖେ ଆଏ ତାର୍ ଜୀବନ୍
ଠିକ୍ ଭାବେ ଅଛେ ଜନା। ୨
ଅର୍ଦଲି ଗୁହାରୀ ମାହାପୁରୁଠାନେ
ମୁଡ଼ ପିଟି ଘାଏ କାନ୍ଦେ,
ଅନ୍ଧାର୍ ଜୀବନେ ଉକିଆ କାହିଁ
ଭାବଲେ ଜହଟେ ବାଧେ। ୩
ଅନ୍ତରୁ କିହେ ନାଇଁ ଚାହାନ୍ ମତେ
ଉପରେ ଦେଖାସନ୍ ଭାବ୍,
ଅଲଗ୍ ତୁନ୍ ସାଗ୍ ମତେ ମିଲ୍ସି
ଆଁଖି ଦେଖିଛେ କରି ଥାବ୍। ୪
ଅଁତରି ସାଲୁ ତଲେ ପଡ଼ଲି କି
ମାଁକେ ପରେ ଦେଲି ଗିଲି,
ଅମକା କହୁଥିଲା କାନେ ସୁନିଥିଲି
ଅଶୁଭିଏନ୍ ଟେ ବଲି। ୫
ଅଶୁଭିଏନ୍ ବଲି ଲୁକେ ଦେଖଲେ
ବଦଲେଇ ଦେସନ୍ ବାଟ୍,
ଅନେତ୍ ହଇଛେଁ ଅପମାନ୍ ସହି
ତାର୍ ନାଇଁ ନ କିଛି କାଟ୍। ୬
ଅନ୍ଧବିଶ୍ୱାସ୍ ଢ଼ୁକଲେ ମୁଡ଼କେ
ନି ହଏ ତାହାକେ ପାରି,
ଅବୁଝା ଲୋକ୍ କେଭେ ନି ବୁଝେ
ଯେତେ ଗିଆନ୍ ଦେ ଝାରି। ୭
ଅର୍ଜିଛେଁ କପାଲେ ଦୁଖର୍ ପସରା
ଜୀଇଁମି ଇତାକେ ଆଦ୍ରି,
ଅର୍ଦଲି କର୍ମି କାହାର୍ ଠାନେ
ବୁଆ ତ ଦଉଛେ ପାସରି। ୮
ଅଁଟେ ନାଇଁ ନ ସେନୋ ଆଦର୍
ଭାବ୍ ପେରେମ୍ ଲାଡ଼ଗେଲ,
ଅନ୍ଦେଖା କରି ଯାଏସି ଚାଲି
ବୁଆର୍ ନେ କାହିଁ ବେଲ୍। ୯
ଅବୁଝା ମନ୍କେ ବୁଝେଇ କରି
ଦେଖୁଛେ କେତେ ସପନ୍,
ଅନ୍ଧାରର୍ ବି ଆଏସ୍ ଦିନେ ସର୍ସି
ସୁର୍ଜ୍ ଦେଖାଲେ କିରନ୍। ୧୦
ଆଗକେ ଫେର୍.......
ପ୍ରସନ୍ନ ପ୍ରୟାସ ଭୁଏ
ପଧାନପାଲି,ସମ୍ବଲପୁର