ଇଟା

ମୁଇଁ ସିନେ ପେଟର୍ ଭୋକ୍ ସହି ନି ପାର୍ଲି ଯେ
ତୋର୍ ସହର୍ କେ ଆସଲି, ଇଟା ବୁହି
କେଁ ଜାନିଥିଲି
ଇନୁ ଇଟା ବୁହିଲେ ପଏସା ନାଇଁ ମିଲେ
ପଏସା ଦରକାର୍ ହେଲେ
ବୁହିବାର୍ କେ ପଡସି
ତୋର ମଦ୍’ଗନ୍ଧିଆ ଦିହିକେ
ଛାତିର୍ ଉପରେ,
ତୋର୍ ବିଷ ଚରା ଦାଁତ୍ ଖୁଁପାକେ
ବେଞ୍ଜାଟି ଲେଖେନ୍ ରଚାବାର୍ ହେସି
ବେକ୍ ତଳେ, ଜଙ୍ଘ ଉପରେ
ନାହି ବୁଡକି ନୁ
ମୋର୍ ଲାଗି ତୁଇ ବି ଗୁଟେ ଇଟା ଆଉ 
ଛାଡ଼ ସେ କଥା,
ଶୁଣିଛେଁ ଇଥର ମଙ୍ଗଳା କୁଠିନୁ
 ଗୁଟେ ଦାମକିଆ ଶାଢ଼ୀ ଚଢ଼େଇଛୁ!
 କୁଠି ତିଆରି ବେଳେ
 ମୁଇଁ ହେନୁ ବି ଇଟା ବୁହି ଥିଲି
 ମୁଡୁ ଖସିରି ଗଲା ଯେ
 ପାଦର୍ ଚିନି ଆଗଁଠି କେଞ୍ଚି ହେଇକରି
 ଥୁପେ ରକତ୍ ମଙ୍ଗଲା ନୁ ଭୋଗ ଲାଗିଥିଲା
 କହତ ସାହେବ୍ ,
 ମଙ୍ଗଳା ତୋର୍ କଥା ସୁନଵା ତ?
 ମୋର ମାଆ ମୁଇଁ ସାନ ଥିଲା ବେଳେ କହୁଥିଲା
 ନାରୀ ବି ଗୁଟେ ମଙ୍ଗଳା ଆଏ..!!

ଜିନାତମାମ୍ ଦର୍ଜୀ
ମୋ-8018807153

One thought on “ଇଟା

  1. କମାଲ୍‌ କବିତା
    କମ୍‌ ଶବ୍ଦେ କଥାନିଟେ
    ହୁରୁଦ୍‌ ଭିତରର୍‌ ଦୁଃଖ୍‌ ଦରଦ୍‌
    ଈଶ୍ବର୍‌ ବିଶ୍ବାସ୍‌ ସବୁଥିର୍‌
    ଗହେରିଆ ଭାବ୍‌ ଠାନ୍‌କେ
    ପୁହୁଁଚେଇ ଦଉଛେ।

Leave a Reply

Your email address will not be published. Required fields are marked *