ଅଳ୍ପ ଅଳ୍ପ ହୋଇ
ମିଳେଇ ଚାଲିଛି ମୁଁ
ତୁମ ହୃଦୟ ଦେଇ
ଚକ୍ଷୁରୁ ଅଶ୍ରୁ ଧାରେ
ଭାବନାର ମୂଲ ଏଠି କିଏ ବୁଝିଛି ?
ଆଙ୍କି ଦିଅ ମୋ ସ୍ମୃତିକୁ
ତୁମ କାନ୍ଥ ବାଡ଼େ ଅଲିଭା ଗାରେ
ଳିନ ହେବ ଯେବେ ମୋ ଶରୀର
ଅଙ୍କୁରିତ ହେବି ମାଟିରୁ
ଫୁଲ ଗଛଟିଏ ହୋଇ
ତାରା ହୋଇ ଚମକି ନପାରେ ଆକାଶରେ
ବିଶ୍ବାସ ଅଛି ଏତିକି
ବଞ୍ଚି ରହିଥିବି ସ୍ପନ୍ଦନ ହୋଇ
ତୁମ ହୃଦୟରେ ।।

ତଫିଜୁଲ
ସମ୍ବଲପୁର