କେବେ କେବେ ସ୍ଥିତି ଏମିତି ବି ହୁଏ..
ଏକ ଅପ୍ରିୟ ଅନୁଭୂତିକୁ ନେଇ… ନିଜ କୁ ନିଜେ
ଲାଜ ରେ ନଇଁ ଯାଉଥାଏ…,,
ସଂସାର କୁ ସଜେଇ ରଖିବାକୁ ଯାଇ..
ନିଜକୁ ସମାଜ ଆଗରେ.. ଦୋଷୀ ସଜେଇ
ପରିହାସ ର ଓ ବିଦ୍ରୁପ ଦୃଷ୍ଟିର..
ସାମ୍ନା କରିବାକୁ ବି ପଡ଼ୁଥାଏ.. ,,ସେତେବେଳେ..
ସେଇ ମୁହୂର୍ତ୍ତରେ କଷ୍ଟ ନ ଲାଗିଲେ ବି..
ନିଜ ପ୍ରଚ୍ଛଦ ପଟ ରେ କୁତ୍ସାରଟନା କୁ
ଭିତରେ ଭିତରେ ସହିବାକୁ ପଡୁଥାଏ..,,
ହୃଦୟ କୋରି ହୋଇ ଗଲେ ବି..
କାହାକୁ କହି ବି ହୁଏନି..,, ଆଉ..
ସହିବାକୁ ବାଧ୍ୟ ହେଲେ ବି ..ଭିତରେ
ଯେଉଁ ଯନ୍ତ୍ରଣା ଅନୁଭବ ହୁଏ..
ତାହା ଅବର୍ଣ୍ଣନୀୟ…,,
ଏଠି ସମସ୍ତେ ଯାହା ଦେଖନ୍ତି..
ତାହା ସତ ହୋଇ ନଥାଏ..
ସତ୍ୟ ଯାହା ..ତାହା କେବଳ
ଅନୁଭବି ହିଁ ଜାଣେ..ହଁ,,
କେବଳ ଅନୁଭବୀ…
