ଆସ ଆସ ମୋର୍ ଭାଏ ବହନି ହୋ
ନିସ୍ମା ଭାଷାର୍ ଧାର୍
ଭିନ୍ ଭିନ୍ ଦିଗେ କଲମ୍ ଚଲେଇ
ଘିଁଚ୍ମା ପଥରେଁ ଗାର୍।
ଭାଷା ସାହିତ୍ୟର୍ ଉଲ୍ଗୁଲାନ୍ଥି
ଆସ ହୋ ହେମା ଝଁପେଇ
ହୋ’ ହେଇକରି କର୍ମା କବାର୍ ଯେ
ପୁର୍ଥି ଦେମା କଁପେଇ ।
ଅକ୍ଷର୍ ଜଗାମା କଲମର୍ ଗାରେଁ
ଜଜ୍ବଜ୍ ହେବା ଚାଷ୍
ଫୁଲ୍ ବି ଫୁଟାମା ଫଲ୍ ବି ଫଲାମା
ପୁରାମା ଭାଷାର୍ ଆଶ୍ ।
ଉନିଆ ଭାଷାକେ ପଢ୍ମା ବୁଝ୍ମା
ବଢାମା ଆମର୍ ଘେ୍ର୍
କହେମା ଲେଖ୍ମା ଆମର୍ ବୁଲିଲେ
ଖେପ୍ବା ଭାଷାର୍ ଚେର୍ ।
ପର୍ବାଏ ନାଇଁ ଯିଏ ଯାହା କହୁ
ମୋର୍ଟା ମତେ ଏ’ ବନେ
ମାଗି ଆନ୍ଲାଟା ସୁର୍ପେ ତୁନ୍ ହୋ
ନିଜର୍ଟା ଭାଇ ଦନେ ।
ଯାହାର୍ ବୁତେ ଗା’ ଯେତ୍କି ହେଉଛେ
ନିଜର୍ ମାର୍ଗେ ବଢ
ଥାକ୍ବାର୍ ଲାଗି ସମିଆ ନାଇଁନ
କଲମ୍ ଯୁଇଧେ ଲଢ ।
ହକ୍ହକ୍ ମନେ କର୍ଲେ କବାର୍
ଶିଗ୍ ନୁହେ ଜହ ଦୁର୍
ବୁନ୍ଧେ ଥାଇକରି ଭାଜୁର୍ କୁଟୁର୍
ତରଣିସେନ ମେହେର