ଆସିଛି ବସନ୍ତ ମୃଦୁ ମଳୟ

ଆସିଛି ବସନ୍ତ ମୃଦୁ ମଳୟ ରେ ଚୋରେଇ ନେଇଛି ମନ
ସଜେଇ ହୋଇଛି ଧରଣୀ ରାଣୀ ଲୋ ମୋହେ ମନଉପବନ,

ନେଇଛି ବିଦାୟ ମରତ ରୁ ଶୀତ ଆସିବେ ତ ଋତୁ ରାଜ
ନବ ପଲ୍ଲଵ ରେ ଶୋଭେ ତରୁଡାଳ ପ୍ରକୃତି ହୋଇଛି ସଜ,,

ପୁଷ୍ପ ସମ୍ଭାର ର ସୁମହକ ମୋହେ ଛୁଇଁ ଛୁଇଁ ସବୁ ପ୍ରାଣ
ସବୁଜିମା ମୟ ଧରା ଉପବନ ଆସିଛି ବସନ୍ତ ଲଗ୍ନ,,

ହଳଦୀ ବସନ୍ତ ମତୁଆଲା ହୋଇ ଗାଏ ମଧୁର ସଂଗୀତ
କଅଁଳ ସୁରୁଜ କିରଣ ରେ ପର ମନ ଜିଣା ଆଭା ସେତ,,

ଆମ୍ର ତରୁ ଡାଳେ କୋକିଳ ରାବଇ ଗୀତ କୁହୁ କୁହୁ ତାନେ
ସ୍ୱାଗତ ଘେନ ହେ ଋତୁ ରାଜା ଆମ ମରତ କୁ ଆଗମନେ,,

ଆସିବେ କହ୍ନେଇ ରାହାସ କରିବେ ରାଧାରାଣୀ ସାଥେ ମିଶି
ଅପୂର୍ଵ ସେ ବେଶ ଦରସନ ଦେବେ ଧରଣୀ ଉଠିବ ହସି,,

ରଙ୍ଗ ଅବିର ରେ ରଙ୍ଗଭରି ମନେ ଗୋପ ରେ ଖେଳି ଲଉଡ଼ି
ଦୋଳ ବିମାନ ରେ ବିଜେ ବନମାଳୀ ଆସିବ ତ ଝୁଲି ଝୁଲି,,

ଭକ୍ତ ଭଗବାନ ଅପୂର୍ବ ମିଳନ ଗୋପୀ ଗୋପାଳ ମେଳ ରେ
ରାଧା କୃଷ୍ଣ ପ୍ରେମ ଗୀତ ରେ ବିଭୋର ଆହାଃ କି ଆନନ୍ଦ ରେ,,

ମଲ୍ଲୀ ହେନା ଜୁଇ ମଧୁ ମାଳତୀ ର ମହକ ବିତରଣ ରେ
ଆନମନା ଆଜି ଏ ପ୍ରକୃତି ରାଣୀ ମୁଗ୍ଧ ମୃଦୁ ମଳୟ ରେ,,

ମୃଦୁ ମଳୟ ତ ଛୁଇଁ ଛୁଇଁ ଯାଏ ଚୋରା ବାଆ ଶିହରଣେ
ଛ ଗୁଣ ଆଶା ତ ଭରେ ଜିଇଁବା କୁ ଆଗତ ରଙ୍ଗ ଫଗୁଣେ,,

ଅପରାଜିତା ପରିଡା

କୁଜଙ୍ଗ, ପାରାଦ୍ୱୀପ, ଜଗତସିଂହପୁର

Leave a Reply

Your email address will not be published. Required fields are marked *