ଟିକି ଗାଁ ଆମ କେଡ଼େ ସୁନ୍ଦର
ହେଉ ପଛେ ଘର ଚାଳ ଛପର।
ସକଳ ସୁଖ ତ’ ସେଇଠି ଅଛି
ଧନ୍ୟ ମୋ ଜୀବନ ସେଠି ଜନ୍ମିଛି।
ପ୍ରାଚୀ ଦେଶେ ଯେବେ ସୁରୂଜ ଉଏଁ
ନିତି ନୂଆ ନୂଆ କଥା ସେ କହେ।
ମନ୍ଦିରର ଘଣ୍ଟ ଗ୍ରାମ ଦେଉଳ
ଶ୍ଳୋକ ଆଉ ଶଙ୍ଖ ଶବ୍ଦର ତାଳ।
ଭକତି ଚେତନା ଭରେ ମନରେ
ଆପେ ମଥା ନୁଏଁ ବିଭୁ ପୟରେ।
ପରସ୍ପର ସ୍ନେହେ ବନ୍ଧା ସଭିଏଁ
କୁଳୁ ଗୀତ ଗାଇ ନଈଟି ବହେ।
କାଚ କେନ୍ଦୁ ପରି ତାହାର ପାଣି
ଗାଁ ଶିରୀ ନିଏ ହୃଦୟ କିଣି ।
ଆମ୍ବ ତୋଟା ସାଥେ ଶାଗ କିଆରୀ
ଚାହିଁ ଦେଲେ ପେଟ ଯାଏ ଯେ, ପୂରି ।
ଗାଈଆଳ ପିଲା ହଳିଆ ଗୀତ
ଶୁଣି ଦେଲେ ମନ ହୁଏ ଉସତ।
ନ, ଥାଏ ସେଇଠି ସହରୀ ମାୟା
ସର୍ବେ ନିରିମଳ ସଭିଙ୍କ ହିୟା ।
ପ୍ରତୀଚିରେ ସୂର୍ଯ୍ୟ ନ୍ୟନ୍ତି ମେଲାଣି
ଅସ୍ତରାଗ ବର୍ଣ୍ଣ ବିଭାକୁ ବୁଣି ।
ଥିରି ଥିରି ଆସେ ରଜନୀ ରାଣୀ
କେତେ ଯେ, ସପନ ସାଥିରେ ଆଣି ।
ଗାଁ କୁ ଦିଅଇ ସୁଖେ ଶୁଆଇ
ଆଗାମୀ ଖୁସିର ବାରତା ଦେଇ ।