ଶୁଭ୍ର ସକାଳର
ସବୁଜ ଗାଲିଚାରେ
ବିଗତ ରାତ୍ରିର ଶିଶିର ବିନ୍ଦୁ
ଶୋଭା ପାଉଅଛି ମୁକ୍ତା ସଦୃଶ
ସତେକି ବିନ୍ଧାଣୀ ଆଙ୍କି ଦେଇଅଛି
ଘାସ ଗାଲିଚାକୁ ସୌନ୍ଦଯ୍ୟମୁକ୍ତା ର ବିନ୍ଦୁ
ଆଦ୍ୟ ଶୀତ ଆଣେ ନୂତନ ଉଲ୍ଲାସ
ମନର ଉଷ୍ଣତା ଜାଗେ
ହେମନ୍ତ ସ୍ୱର୍ଣ୍ଣାଭ ରୂପଛଟା ମଧ୍ୟେ
ଅନୁଭବ ଶୀତର ଆଣେ
ଦିନର ଅବଧି କମି କମି ଯାଏ
ରାତ୍ରି ତା’ ପକ୍ଷ ଲମ୍ବାଏ
ଉତ୍ତର ଦିଗର ହିମ ପ୍ରବାହ
ତା’ଡେଣା ଝାଡ଼ୁଥାଏ
ଶିଶିର ବୁନ୍ଦାରେ
ପ୍ରକୃତିରେ ନୂଆ ପୁଲକତା ଭରିଦିଏ
ଆଦ୍ୟ ଆକର୍ଷଣ ଆଦ୍ୟ ମହକ
ଆଦ୍ୟ ଶୀତ ତୁମେ ସ୍ମୃତିର ସ୍ତବକ
ମନ ଅଗଣାର ଆଦ୍ୟ ଆକର୍ଷଣ
ତୁମେ ପ୍ରଶ୍ନ ତୁମେ ହିଁ ଉତ୍ତର
ପ୍ରତିଟି ଭାବକୁ ରଙ୍ଗାୟିତ କର
ଚିର ଇପ୍ସିତ ପ୍ରୀତିର