ଆଉ ଥରେ ଆସ ଜନମ ହୋଇ

ହେ ଜାତୀୟ ପିତା ଗାନ୍ଧୀ ମହାତ୍ମା ,
ଭାରତ ବର୍ଷେ ଥାଉ ତୁମ ଆତ୍ମା ||
ତୁମ୍ଭ କଷ୍ଟରେ ଭାରତ ସନ୍ତାନ ସ୍ୱାଧୀନ, 
ତୁମ୍ଭ ଆଶିଷ ପାଇ ଆମେ ଧନ୍ୟ ||
ଧନ୍ୟ ଧନ୍ୟ ହେ ମହାତ୍ମା ଦେବତା,
ତୁମେ ହେଲ ପରା ଭାରତ ପିତା ||
ଗୋରା ସାହେବ ଙ୍କୁ କରି ଲଢେଇ,
ଦେଶର ସମ୍ମାନ ଦେଲ ବଢେଇ ||
ଭାରତବାସିଙ୍କୁ କଲ ସ୍ୱାଧୀନ,
ତୁମ୍ଭେ କାରିଗଲ ଶାନ୍ତି ସ୍ଥାପନ ||
ହିଂସା ଅହଂକାର କରି ବାରଣ, 
ଶାନ୍ତି ପଥରେ କରିଲ ଗମନ ||
ଯେଉଁ ଦେଶ ତୁମେ କଲ ସ୍ୱାଧୀନ,
ସେ ଦେଶେ ଚାଲିଛି ଗଣ ଧର୍ଷଣ ||
ପୂର୍ଣ ରୂପେ ଦେଶ ସ୍ୱାଧୀନ ନାହିଁ,
ଆଉ ଥରେ ଆସ ଜନମ ହୋଇ ||
ତୁମେ କହିଥିଲ ଏ ଭାରତରେ,
ଯେଉଁ ଦିନ ନାରୀ ଯିବ ରାତ୍ରିରେ||
କିଛି ପ୍ରମାଦ ଯଦି ନୁହେଁ ତାର, 
ସେଦିନ ଭାରତ ସ୍ୱାଧୀନ ମୋର ||
ତୁମ ଗୁଣ ଗାରିମା ଭାରତରେ,
ଜୟ ଜୟ ଶୁଭୁ ସବୁ ଯୁଗରେ ||
ତୁମେ ଏକା ଭାରତର ଈଶ୍ୱର,
ତୁମ ନାମ ହେଉଥାଉ ପ୍ରଚାର ||
ତେଣୁ କରି ଆସ ଆସ ମୋହନ,
ଭାରତରେ ଆଉଥରେ ଜନମ ||
ତୁମକୁ ଭୁଲିନି ମାତା,
ତା କୋଳ କୁ ଆସ ବାପୁଜୀ ପିତା ||
ଯେଉଁମାନେ ମାତୃ ପୂଜକ ଥିଲେ,
ସେମାନ ଙ୍କୁ ଧରି ଆସିବ ଭଲେ ||
ଧନ୍ୟ ହୋଇବ ଏ ଆମ ଭାରତ,
ତୁମକୁ କରିବୁ ଆମେ ସ୍ୱାଗତ ||

ପ୍ରିୟଙ୍କା ବିଶି 
ରେଢ଼ାଖୋଲ , ସମ୍ବଲପୁର

One thought on “ଆଉ ଥରେ ଆସ ଜନମ ହୋଇ

Leave a Reply

Your email address will not be published. Required fields are marked *