ଦଁ ଦଁ ଜଲୁଛେ ନିଜର୍ ଘର୍ ଦୁଆର୍
ନାଇଁ ଦିସୁଛେ ଆଁଖି ,
ପରହର୍ ଘର୍ ଜଲି ଯାଉଛେ ବଲି
ଦେଖ୍ ତ ଯାଇଛେ ଦେଖି ।
ନିଜର୍ ଟାକେ ସମହାଲି ନି ପାର୍ବାର୍
ଦୁସରା ଠାନକେ ଯାଉଛେ କୁଦି,
ନିଜର୍ ଆଁଖି ତ ପରଦା ଢାପି ହଇଛେ
ଦେଖ୍ ଏନରେଗିଆର୍ ବୁଧି ।
ମୁଇଁ ଆଏଁ ବନେ ବଲି ଦେଖେଇ ହଉଛେ
ପଛାଡ଼େ ତାର୍ ହଜାରେ କନ୍’ହାଁ,
ମାଛି ପଛଆଡ଼େ ଭନ୍ ଭନେଇ ଯାଉଛନ୍
ଜାନି କରି ଫେର୍ ହଉଛେ ଅଜନା ।
ଚିକନ୍ ଚାକନ୍ ଉପରେ ଉପରେ ସଫା
ଭିତରଟା ଅବଗା ମଏଲଚା,
ରଗରଗା ଅହଁକାରର୍ ଜଲୁଛେ ଜୁଏ
ମନଟା କୁହା ପୁଖୁରା ସଢ଼ା ପଚା ।