ଅଷାଡ

ନୂଆ ନୂଆ ପହେଲା କଲେଜର ଜେନ୍ ଖୁସି ସେଟା  କେହିନି ପାର୍କ ଆରୁ ବୁଲିଯିବାରର ନୂଆ ଜାଗା ମାଙ୍କେ ଯାଇ କିନା ମଜା କରିଲେ ଭି  ନାଇ ମିଲେ । ନୂଆ ନୂଆ ସାଙ୍ଗ ମାନଙ୍କର ସାଙ୍ଗେ ଖୁଲମଖୁଲା ମଜା ନା ଇସକୁଳ ଲେଖେ ମାଷ୍ଟର ଜୁଗି ରହିବେ ନା ମା ବୁଆର କେନଶି ରୋକଟୋକ । କଲେଜରେ ଆଉ ଗୁଟେ କାମରୁ ନିସ୍ତାର ମିଲ୍ଳଶି ଯେ ପୁରା ୫-୧୦ କେଜୀୟା ସ୍କୁଲ ବେଗ ବୁହି ନେବା ବଦଳା ଖାଲି ଗୁଟେ ଖାତା ଧରି କ୍ଲାସ କରି ହେଶି ଆରୁ ଷ୍ଟାଇଲ ମାରି ହେସି ।  ସତେ ଯେନତା ଛୁଆ ଟା ପୁରା ଆଜାଦ୍ ନା କେହିନି ରୋକଟୋକ ନା କେହିନି  ମନା;  କେହିନି ଭି ଜାଗା କେ ଯାଇ ନିଜର ମନ୍ଇଚ୍ଛା  ବିନା ରୋକ୍ ଠୋକ୍ ସ୍ୱାଧୀନ ଭାବେ ବୁଲିଖେଳି ପାରିବ। ମୋଟାମୋଟି କହିବାର  କେ ଗଲେ କିଛି ଦିନ କଲେଜରେ ଭଲ ଲାଗିଲା ଲେକିନ ଫିର ସେହି ଆଗର ଲେଖେ, ସେହି ଆଗ ଲେଖେ ରେଗୁଲାର କ୍ଲାସ, ପରୀକ୍ଷା ଟେନ୍ସନ ସାଙ୍ଗେ ରେଜଲ୍ଟ ର ଡର। ପହେଲା ଆଠଦଶ ଦିନ ବୋରିଂ ଲାଗିଲା ତାର ପରେ ଫେର୍ କିଛି ଦିନ ବିତିଲା ପରେ ପାଠ ପଢା ନେ ମନ ଲଗାଲି। 
କଲେଜ ଯିବା ବାଟ ପୁରା  ଖାଲ ଢିପ ଆରୁ ଠାନ  ଠାନ କାଦୋ ପାଏନ। ଘର ପାଖର  ବରଗଛ ତଳେ ହୁଟେଲ ନ ଯୁଗି ଥିଲି ମୁଇ । ରାହୁଲ ତାର ବାଇକ ଧରିକରି ଆସିଲେ  ତାର ସାଙ୍ଗେ କଲେଜ ଯିବାର ଲାଗି। ଫେର କଲେ କଲେ କରି ମେଘର ପଗେ ବାଦଲ ଦେଖାଲା ହାଲକା ହାଲକା ପବନ ହେଲା ଆରୁ ତାର ସଙ୍ଗେ ଧୁଏଲ୍ ଉଡ଼ଲା । ଖରା ଗଲା ପରେ  ଅଷାଢ ଆଇସି ଜାଣିଥିଲି ଲେକିନ ଏତେ ଜଲଦି ଆସିଯିବା ହେଟା ମୁଇ କେଭେ ଭାବିନାଇଥିଲି । ଝିପିର ଝିପିର ବର୍ଷା ହେବାର କେ ଲାଗିଲା  ତାହର ସାଙ୍ଗେ କଦମ ଫୁଲ ଛୁଆଁ ର ଥଣ୍ଡା ପବନ ଦେଲା ଯେନ୍ତା ଲାଗିଲା ମୟୂର ମୋହିନୀ ଏବେ ତାର  ଚନ୍ଦ୍ରିକା ପଏକ ସବୁକୁ ଖୁଲିକରି ନାଚୁଛେ। ଠିକ୍ ସେହି ସମୟା ନେ ମୋର୍ ସାଙ୍ଗ ରାହୁଲ ବହୁତ୍ ଇସପିଡ ଥି ମୋ ଆଡ଼କେ ଆସୁଥିଲା କଲେଜ ଯିବାର ଲାଗି। ମତେ ଦେଖି ତାର ବାଇକ୍ ଅଟକାଲା କଲା ଆରୁ ମୁଁଇ ଝଟପଟ ବସିପଡ଼ିଲି ତାହର ପଛ ସିଟରେ। କଲେ କଲେ କରି ବର୍ଷାର  ବଢ଼ିବାରେକେ ଲାଗିଲା। ବର୍ଷାରେ ଜୋର୍ ରେ ଆସୁଥିବା ସମୀୟାରେ କଲେଜ ରାସ୍ତାନେ କିଛି ଜଣକର ବହିଖାତାରେ କାଦୋ ଝିଟି ହେଇଗଲା।  ରାହୁଲ ଆଉ ମୁଁଇ ବର୍ଷାରେ ଭିଜି ଭିଜି କଲେଜ କ୍ୟାମ୍ପସ ଭିତରକେ ଢୁକିଗଲୁ ଆର୍ ବାଇକ୍ କେ ପାର୍କ  କରିକରି କ୍ଲାସରୁମ୍ ଆଡ଼କୁ ନରଦି ନରଦି ପଳାଲୁ।  
ମାଷ୍ଟର ଆଜ୍ଞା ଆସିଲେ ଆରୁ ପଢ଼ାବାର୍ ଆରମ୍ଭ କଲେ। କଲେଜରେ ହେନ୍ତା କେହେନି ନିୟମ ନାଇ ଥିଲା ଯେ ; ପିଲା ଟୁକେଲ ଏକା ସାଙ୍ଗେ ଗୁଟେ ବେଞ୍ଚରେ ବସୁଥିଲେ। ଦେଖିଲି ଯେ ମୋର ପାଖର ବେଞ୍ଚରେ ବସିଥିବାର ଟୁକେଲ ଟା ମୋର ସାଙ୍ଗ ରାହୁଲ କେ ଖାଲି ଏଟ୍ରେଇ ଦେଖୁଛି ଆଉ ତାହାକେ କିଛି କହିବାର ନାଇ । ମୁଇ ସେସବୁ କେ ଦେଖୁଥାଏ ହେଲେ ରାହୁଲ କେ କିଛି କହୁନାଇଥିଲି। ହେନ୍ତା  କ୍ଲାସ ସରିଯିବାର ପରେ…. ରାହୁଲ କେ ଡାକିକରି କହିଲି ; ରାହୁଲ ତତେ ସେ ପାଖର ଟୁକେଲ ଟା କ୍ଲାସର ୪୫ ମିନିଟ୍ ଖାଲି  ଏଟ୍ରେଇ  ଏଟ୍ରେଇ ଦେଖୁଥିଲା। ମତେ ଲାଗୁଛି ସେ ତତେ ପସନ୍ କରୁଥିବା । ରାହୁଲ ଇଏନ୍ତା ସବୁ କଥା ସବୁକୁ  ମଜାକ ରେ ଉଡେଇ ଦେଲା ତାହାର ପରେ ତାର ଆରଦିନ ଫେର ସେହି ସମାନ କାମ ଏଟ୍ରାବାର୍ ଟା ।  ମୁଁଇ ରାହୁଲ କେ ସଫା ସଫା କହିଦେଲି ଯେ ତୁଇ ସେ ଟୁଲେଲ ସଙ୍ଗେ ଥରେ କଥା ଲାଗିପକା। ରାହୁଲର ମୁହୁ ନୁ ଲାଲ ଜେନ୍ତା ଥିପିଯିବର୍ ହେଇକରି ଯେନ୍ତା କି ଥଣ୍ଡା ପବନ ବହିବାରକେ ଲାଗିଲା , ସତେ ଯେମିତି ରାହୁଲ ଆମକୁ ସମଙ୍କୁ ଭୁଲିଗଲା ଆରୁ ସେ ଟୁକେଲ୍ ର ମହନି ନେ ପଡ଼ିକରି । ତାର ସେହି ଆଇଖ ଆଉ ଲାଜେ ଭିଜି ଯାଇଥିବା ମୁଲକି ହସି ରାହୁଲ କେ ପାଗଳ କରିଦେଉଥିଲା। କିଛି ବୁଝାପଡୁ ନାଇ ଥିଲା ପ୍ରେମ ରେ ପାଗଳ ରାହୁଲ କେ। ଖରା ରେ ଶୁଖି ଯାଇଥିବା ମନ ଭିତରରେ ଯେନତା ପହେଲା ଅଷାଢ଼ ମାସର ପହେଲା ପ୍ରେମ ବର୍ଷାରେ ଭିଜି ଗଲା। ଏଣ୍ଟା ଦେଖା ଦେଖିରେ କ୍ଲାସ ର ଘଣ୍ଟା ବାଜିଗଲା। କ୍ଲାସ ରୁ ବାହାରିକରି  ରାହୁଲ ମତେ କହିଲା ” ନା ବୋ.. ମୁଇ କାଣା ହେ ଟୁକେଲ୍ ର ପିଆରରେ ପାଗଳ ହୋଇ ଗଲି ନ କେ ? “
ତାହାର ଆରଦିନ କ୍ଲାସ ରୁମ୍ ଭିତରେ ଆମେ ସମସ୍ତେ ମିଶିକରି ରାହୁଲ  ସାଙ୍ଗେ ମସ୍ତି କରୁଥିଲୁ – “ଭାଇ ତୁଇ ହାତୁ ଖସି ଗଲୁ ନ  ହେ ଟୁଏକେଲ୍ ର ପିଆର ରେ”  । ସାଙ୍ଗେ ସାଙ୍ଗ ଆର୍ ଗୋଟେ ସାଙ୍ଗେ ହରେଶ ଆସିକରି ରାହୁଲ କେ କହିଲା ଭାଇରେ ତତେ ସେ ଟୁକେଲ୍  ଟା ଡାକୁଛେ , ବାହାରେ ଝରକା ପାଖେ ଠିଆ ହଇଛେ ତୋର ସାଙ୍ଗେ କଥା ଲାଗବା ପରେ । ସାଙ୍ଗେସାଙ୍ଗ ଦୁଇ ମିନିଟ୍ ପରେ ଆମେ ସଭେ ଘାଏକେ ଚାନ୍ଦା କରିକରି ରାହୁଲ କେ ୪୫୦ ଟଙ୍ଗା ଦେଲୁ ଆରୁ ଆମେ ସବୁସାଙ୍ଗ ମାନେ ଯୋଶ୍ ଭରି ଦେଇ ରାହୁଲ କେ ଠେଲିଦେଲୁ ।ଟୁକେଲ୍ ର ପାଖକେ। 
ରାହୁଲର ମନଭିତରେ ଜେନ୍ତା କି କିଛି ଗୋଟେ ହେଉଥିଲା। ତାର ନିଃଶ୍ୱାସ ବହୁତ୍ ଜୋର ଜୋର ରେ ବହିବାକେ  ଲାଗିଲା ଅରୁ ଛାତି ଧକ୍ ଧକ୍ କରୁଥିଲା। ମନ ଉଚ୍ଛନ୍ନ ହେଉଥିଲା। ସ୍ମାଇଲ ସାଙ୍ଗେ ଚାଲିଢାଲିରେ କେତେ ଯେ କଥା ବସା ବାନ୍ଧି ସାରିଥିଲା…. ଇନ୍ତା ମୁଲୁର୍ ମୁଳୁର ହସ ସାଙ୍ଗେ ରାହୁଲ କ୍ଲାସ ରୁମ୍ ରୁ ବାହାରିଲା ଆଉ ଝରକା ପାଖକେ ଯିବାର କେ ଗଲା।ଯିବା ସମିୟା ଥି ତାହାର ତାର ମନ ଭିତରେ କେତେ ଯେ କଥା ଭାବି ସାରିଥିଲା ସେ ଆଉ ସିଧାସାଧା ଲୋକମାଙ୍କର ଲେଖେ ଜନା ନାଇ ପଡୁ ଥିଲା। ରାହୁଲ ନିଜକୁ ନିଜେ ଝଡ଼ର ଘୁର୍ଣ୍ଣି ଭିତରେ ଫସି ଯାଇଥିବା ମନକେ ସମ୍ଭାଳି କରି ଧିରେ ଧିରେ କରି ସେ  ଟୁକେଲ୍ ପାଖକେ ଗଲା ; ଆଉ ତା ପରେ ଯାହା ହେଲା ନା ୪୫୦ ଟଙ୍ଗା ବି କମ ପଡ଼ିଗଲା। 
ପେରେମ୍ କଥା ତ ଛାଡ,ପେରେମ୍   ସବୁ ପାଣି ଫାଟିଗଲା,ରାହୁଲ କଲେଜ କେ ଆସିବାର  ଲାଗି ବି ଲଜଉ ଥିଲା। ଠିକ୍ କିଛି ସମୀୟା ପରେ ଏକଲା ତାହାର ମନକେ ସମ୍ଭାଳି କରି  ମୁହଁ ଶୁଖେଇ… କରି ରାହୁଲ ଆମର ପାଖକେ ଆସିଲା। ତା’ର ଏଁତା ଶୁଖିଲା ପତର ଲେଖେ ମୁହଁ ଦେଖିକରି ବାକି ସାଙ୍ଗ ମାନେ ଉସଦ ଥି ସଭେ କାନା ହେଲା କାନା ହେଲା ପଚାରିବା ବେଳକେ  ରାହୁଲ ଏକ ଦମ ପୁରାଚୁପ୍ । ତାହର ମୁହଁ ରୁ ଆଉ କଥା ବହାରି ପାରୁ ନାଇଥିଲା । ଫୀର ସେ ମୁଁହ ଶୁଖାଇ ଲାଜେ କହିଲା – ଆମେ ଯେନ କାଏଲ୍ କା ବର୍ଷା ହେଉଥିବା ସମୟାରେ କଲେଜ ରୁମ୍ କେ ଜଲଦି ଜଲଦି ଆସୁଥିବାର ସମୟାରେ କେତେ ଜଣଙ୍କର ପାଖକେ କାଦୌ ଛିଟିକି ଯାଇଥିଲା ହେତେ ବେଳେ ସେ ଟୁକେଲ ର ଖାତା ରେ ଯାଇ କା ଟିକେ ଲାଗିଯାଇଥିଲା, ଆଉ ଖାତା ତା ଲେଖିବା ହାଲତରେ ରହେଲା ନାଇ । ସେ ଖାତା ଓ ବହି ସେ ଟୁଲେଲ୍ ର ଥିଲା, ଆଉ କାଣା ହେବା ?……ସେ ଦିନଠାରୁ ରାହୁଲ କାନ,ମୁଣ୍ଡ ଧରିକି ଶପଥ ନେଇ କହିଲା ଯେ ଆଉ ଟୁକେଲ୍ ପଛାଡେ  ପଡେ ନାଇ….କି ତମର ମାନଙ୍କୁ କାହାକୁ ଭି ପଡ଼ବାର୍ କେ ନାଇଦିଏ । ବେକାର  ବେକାର ପ୍ରେମ ଭାବନା ରେ ବୁଡ଼ାଇବା ଟା ସାମୀୟା ନଷ୍ଟ ଆଉ କରିବାର ଛଡା ଆର୍ କିଛି ନୁହଁ। କିନ୍ତୁ ସେହି ମିଛ ଭାବନା ଭିତରେ ଯେନ ପ୍ରେମ ଆରମ୍ଭ ହେଇଥିଲା ହେତା ଶିଖବାର ଜିନିଷ ଆଏ।  ବେକାରରେ ପ୍ରେମ ରେ ପଡ଼ିଲେ ନା କିଛି ଲାଭ ମିଳସି ନା ଆଉ କିଛି ! ଖାଲି ସମିୟା ଆର୍ ପଇସା ନଷ୍ଟ ନାଇ ହୁଏ ,  ଏତାର ସାଙ୍ଗେ  ଜୀବନର କେତେ ମୁହୁର୍ତ୍ତର ଫରଦ ସବୁ ଛିଡ଼ି ଯାଏଶି ଯେ ଆଉ କେବେ ଯୋଡ଼ି ହେଇ ନାଇ ପାରେ…ତାହାର ସାଙ୍ଗେ ଲିଭି ଯାଇପାରେ ଜୀବନର ସ୍ୱପ୍ନ ଆକାଶର କିଛି ତାରା ନକ୍ଷତ୍ର…ଚାହିଁଲେ ଭି ଜୀବନର ବାକି ସମୟ ଲଗେଇ କରି ଖୋଜିଲେ ବି ଆଉ ନିଏ ମିଳେ….ବଢ଼ତି ନଦୀର ଉଜାଣି ନେ ଜୀବନଟା ପଡ଼ିଯାଏସି ଆଉ , ତାହାକେ ସମ୍ଭାଳି କରି ରଖିବାର କି ଘାଟ ଜଗି ଧରି ରଖିବାର କୂଳ କିନାରା ପାଏ ନାଇ….ସେତେବେଳକେ କୂଳ ଠାନୁ ବହୁତ୍ ଦୂରେ । ସଂସାର ଭିତରେ ଜୀବନଟା ଅସାର ହେଇଯାଏସି । ଭବିଷ୍ୟତର ସବୁ ଜୀବନ ଯୋଜନା ନେ ଅନ୍ଧୁ ଲାଗିଯାଏସି… ଯାହାକେ ଯେତେ ଚେଷ୍ଟା କଲେ ସଫା କରିବାର ଆଗରୁ ଜୀବନର ଗୋଟାଏ ଅଧ୍ୟାୟ ଯେ କେତେବେଳେ ସରିଯାଇଥିବା ଇ କଥା ଭାବିଲା ବେଳକେ ସୂର୍ଯ୍ୟର ଦିଗ ଦିଗନ୍ତ ସବୁ ନିଜ ଆଏଖ ପାହାନ୍ତାରୁ ହଜି ଯାଇଥିବା । ଜୀବନର ପହିଲା ଅଷାଢ଼ର ଉଛନ ମନମତାଣିଆଁ ଫୁଲଫୁଲାଣିଆ ସାଗର କୂଲେ ବନି ଯାଇଥିବାର୍ ବାଲିର ସପନ ଟୁଡ଼ା ସବୁ ସବୁଦିନର ଲାଗି ହଜି ଯାଇଥିବା…. ।

    ଆୟୁଷ ବଢ଼ାଇ ,
   କୁଲିତା ପିପଲପଡ଼ା, କନଖିଣ୍ଡା, 
   ସମ୍ବଲପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *