ଯନ୍ତ୍ରଣା ଏକ ଜୀବନ ଖାତାର
ଅଲେଖା ଶବ୍ଦ ଟିଏ
ସେ ଶବ୍ଦକୁ ଯିଏ ନିତି ପଢେ
ସେ ଜୀବନ ଯନ୍ତ୍ରଣା କୁ
ସୌନ୍ଦର୍ଯ୍ୟ ର ରୂପ ଦିଏ।
ସେଇ ଯନ୍ତ୍ରଣା ସୌନ୍ଦର୍ଯ୍ୟ
ଆଇନା ରେ ଦେଖେ
ଭିନ୍ନ ତା’ ରୂପ ଛାଇ
ଜୀଇଁ ବାକୁ ହେବ
ସେଇ ଛାଇ ତଳେ
ଆଖିରୁ ଲୁହ ଶୁଖେଇ।
ମିଛ ହସ ଧାରେ
ସତକୁ ଆଦରି ନେଇ
ନୀରବ ଓଠରେ ,
ଭାଷା କୁ ହଜେଇ
ହାତ ଲେଖୁଥିବ
ଅଲେଖା କାଗଜେ
ଯନ୍ତ୍ରଣା ର ରୂପ ଛାଇ ।।
ଶଶଧର ପତି