ଏଇଠି ; ପାହାଡ଼ ତୀଖରୁ
ଓହ୍ଲାଇ ଆସନ୍ତି ?
ଭାରୁଏ’ ଭାରୁଏ’
ବାଟହୁଡା’ ଭୋକ ?
ଜଙ୍ଗଲ’ ଫେରନ୍ତା’
ଅନେକ’ ଅନିଦ୍ୟ’ ଅଶିଣ ?
ପାହୁଲାଏ’ ପାହୁଲାଏ’
ପରାସ୍ତ’ ପ୍ରତିଵେଦନ ?
ଲୋଚା’କୋଚା
ଲୁହ’ ମାନଙ୍କ
ଲହ’ ଲହ’ ନିମନ୍ତ୍ରଣ ?
କୁରୁଳା’ କୋହ ମାନଙ୍କ
କାକୁସ୍ଥ’ କାହାଣୀ ?
ଜଙ୍ଗଲ ଜଂଘସନ୍ଧି’ର
କ୍ଷତାକ୍ତ’ କ୍ଷତ ?
ଉଲଗ୍ନ’ ଅରଣ୍ୟର
ଅଗନା’ ଅଗନି’
ଅନ୍ତଃସତ୍ତ୍ବା’ ଲୁହ ?
କେବେ’ କେମିତି;
ଚୁପ୍ ଚାପ୍’ ନିଗିଡ଼ି’ପଡନ୍ତି ?
ପାହାଡ଼ୀ’ ଖୋଲ’ର
ଅଜସ୍ର’ ଅଵଦମିତ’
‘ଅରଣ୍ୟ ଅଶ୍ରୁ’ !
ତଣ୍ଟିଚିପା’ ତୁଣ୍ଡମାନଙ୍କ’
ଥୁଡୁଥୁଡିଆ’ ଖନିମରା ?
ତୀକ୍ଷ୍ଣ ‘ଶବ୍ଦ’ସ୍ତ୍ରୋତ ?
ବଖାଣି’ ବସନ୍ତି !
‘ବ୍ରହ୍ମବନ୍ଦନ୍ୟ’
‘ଵହ୍ନିଭୂମି’ର
ବିଦିର୍ଣ୍ଣ’ ବାସ୍ତବ ?
କ୍ଷତାକ୍ତ’ କ୍ଷେତ୍ରଫଳର
ମହଣେ’ ମର୍ମନ୍ତୁଦ ?
କେବେ’ କେମିତି
ଧସେଇ’ ପଶନ୍ତି !
ଖାପୁଏ ଖମାଣ୍ ର
କ୍ଷତିଗ୍ରସ୍ତ’ କାକୁସ୍ଥ
କୋହ ?
କ୍ଷତ’ ବିକ୍ଷତ’
ମାଟି ପିଠିର
ମଉନ ମୁହାଁ ?
ନିର୍ବାକ୍’ କ୍ଷେପଣାସ୍ତ୍ର ?
ମୋ’ ! ଆଜୁରୁ’ ଵାଜୁରୁ’
ମସ୍ତିଷ୍କ’ ସନ୍ଧିରେ !
ବାଧ୍ୟ କରନ୍ତି’
ମୋତେ ?
ଖୋଦେଇ’ହେବାକୁ
ସୃଜନ ସ୍ତମ୍ଭର
କୋଉ’ କୋଣଉଷିଆ
ଡହ’ ଡହ’
‘ଶବ୍ଦସ୍ତବକ’ରେ !
ଲୁହ ସବୁ’
ସଜେଇ ହୁଅନ୍ତି’
ପିନ୍’ ପିନିଆଁ’
ଧାରୁଆ’ ଅସ୍ତ୍ରରେ !
ଦୁଃଖ ସବୁ’
ଖଞ୍ଜି’ ଦିଅନ୍ତି ?
‘ଶବ୍ଦପଂଖୁଆ’ ଅଗ୍ନିଡେଣା !
ନିଜ’ ନିଜର’ଭଙ୍ଗାରୁଜା
ଭଗ୍ନସ୍ତୁପ’ର
ଭାରୁଏ’ ‘ଭଗ୍ନାବଶେଷ’ରେ ?
ଯନ୍ତ୍ରଣା’ସବୁ’
ରୂପ’ ଵଦଳାନ୍ତି ?
କେବେ’ କେବେ’
ନିରବ ନିଶୂନ
ନିଶାର୍ଦ୍ଧ’ ରାତିରେ ?
ଆଉ’ କେବେ ?
ଚୁପ୍ ଚାପ୍ ଘୋଡିଘାଡି
ମୋଡ଼ିମାକଚି’ହୋଇ
ଶୋଇପଡ଼ନ୍ତି ?
‘ଧୂପୁନୀ କୁଡିଆ’ର
ପାହାଡ଼’ ପିଠିରେ ?
କାକର ବତୁରା’
ଝଡ଼୍’ ଝଡିଆ’ ପାହାନ୍ତି
ପ୍ରହରେ ?
ହୋ ! ସେଇ’
‘ସାପୁଆ ଡଙ୍ଗର’ର
ମାଳୁଆ’ ପିଠି ?
ଅରଣ୍ୟ ସନ୍ଧି’ର
ହୁତୁ’ ହୁତୁ’ ହୃଦୟ ?
ପଥର ପୃଥିବୀ’ର
କୁଆଁରୀ’ କଅଁଳ ‘କଲିଜା ?
ଯୁଆନ’ ଜଙ୍ଗଲର
ଜାଡୁଆ’ ଜାଡ ?
ତତେଇ’ ଦେଇଯାଏ ?
ମତେଇ’ ଦେଇଯାଏ ?
‘ଡଙ୍ଗରିଆ’ ଡଙ୍କର
ମଉନ’ ମଗଜ ?
ଉଂଖାରୀ ଦେଇଯାଏ !
ଛାତି ତଳ’ର
ହୁତୁ’ ହୁତୁ’
ହା’ ହୁତାଶନ ?
ତତଲା’ ତାରୁଣ୍ୟ ?
କେବେ’ ମୁଁ !
ଲେଖି’ ହୋଇଯାଏ ?
ତାଙ୍କରି’ ଲୁହରେ ?
ଆଉ’ କେବେ !
ସେମାନେ’ ସ୍ୱତଃ ?
ଲେଖିବସନ୍ତି ?
ଲହ’ ଲହ’
ଲୋତକ’ ଗ୍ରନ୍ଥିର’
ଲଢ଼ୁଆ’ ଫୁତ୍କାର ?
ଡହ’ ଡହ’ ଶବ୍ଦଯଜ୍ଞର
ଶବ୍ଦମ୍’ ‘ଶବ୍ଦଭେଦ’ ?
ମଗ୍ନ’ ମାଳଭୂମିର
ମହାଘ୍ର ‘ମର୍ମନ୍ତୁଦ’ !
କ୍ରୋଧ’ କଥାନୀର
ହୁଂ’ ହୁଂ’ ହୁଂକାର ?
କ୍ରୋଧିତ’ କଥାନ୍ତର’ର
ଅଗ୍ନିମୟ ?
‘ଅରଣ୍ୟ ଅଭେଦ୍ୟ’।
ବଳରାମ ପୂଜାରୀ
କୁଡୁମୁଲୁଗୁମ୍ମା, ମାଲକାନଗିରି
୯୬୬୮୬୮୮୪୭୪