ଅମାପ ତା ଗଭୀରତା


ଶୀତ ଆଗେ କେବେ କହି ମୁଁ ପାରିନି
ଦୁଃଖର ସେ ଇତିକଥା
ପଲକ ଖୋଲିଲେ ଲକ୍ଷେ ଅବସୋସ
ଅୟୁତ ଯୁଗର ବ୍ୟଥା।୦।

କେନ୍ଦେରା ବଜାଇ ଯୋଗୀ ଗାଉଥାଏ
ଜୀବନର ଯେତେ ଗୀତ
ଲୁହଭିଜା ତାର ହୃଦୟ ହାଟକୁ
କରିଦେଇ କୁସୁମିତ
କାକର ଧଉଳା ସକାଳ ଓଠରୁ
ଝରେ କାହିଁ କରୁଣତା।୧।

ନୀରବିଗଲାଣି ନଗ୍ନ ନଟୀର
ନୂପୁର ର କ୍ଷୀଣସ୍ୱର
ଗୋଧୂଳି ସଂଜର ମିଠା ମହକରେ
ମହକିତ ମନପୁର
ବଡ଼ ସୁକୁମାର ସ୍ମୃତି ର ସାଗର
ଅମାପ ତା ଗଭୀରତା।୨।

ସର୍ବାଣୀ ଦାସ
ପଥୁରିଆ ସାହି
ପଣ୍ଡିତ ମଠ (ନିକଟ)
ପୁରୀ :୧

Leave a Reply

Your email address will not be published. Required fields are marked *