କାହିଁକି କେଜାଣି ଲେଖିବାକୁ ଇଚ୍ଛା ହେଲେ ବି ଲେଖି ହୁଏନି,
ମନରେ ଅନେକ ଭାବନା ଆସେ କିନ୍ତୁ କଲମ ମୁନରେ ଉତାରି ପାରେନି
ନଦୀକୁ ଦେଖି କବିତା ଲେଖିବାକୁ ଇଚ୍ଛା ହୁଏ
ହେଲେ ଶବ୍ଦ ଗୁଡ଼ିକ ଭାସି ଯାଆନ୍ତି ପ୍ରଖର ସ୍ରୋତରେ
ଆକାଶକୁ ଦେଖି କବିତା ଲେଖିବାକୁ ଇଚ୍ଛା ହୁଏ
କିନ୍ତୁ ଶବ୍ଦ ଗୁଡ଼ିକ ଅଦୃଶ୍ୟ ହୁଅନ୍ତି ମେଘ ଆଢୁଆଳରେ,
ପୁଣି ଜଙ୍ଗଲର ସବୁଜିମାକୁ ଦେଖି ଇଚ୍ଛା ହୁଏ ଲେଖିବାକୁ
ହେଲେ ଶବ୍ଦମାନେ ଲୁଚକାଲି ଖେଳନ୍ତି କେବେ ଗୁଳ୍ମ ମୂଳରେ,
କେବେ ନିଘଞ୍ଚ ବୃକ୍ଷ ଓହଲରେ
ସତରେ କ’ଣ ମୋର ଶବ୍ଦ ଗୁଡ଼ିକ ଅଫେରା ରହିଯିବେ
ଆଉ ମୁଁ ଚାହିଁ ରହିବି ତାଙ୍କ ଫେରିବା ବାଟକୁ ଭାବନା ରାଜ୍ୟରେ ..
ଅଫେରା ଶବ୍ଦ ସନ୍ଧାନେ….
