ଅନ୍ନ ଗୁଣେ ଜ୍ଞାନ

ପ୍ରଭୁ ହେ,
ଯେଉଁଭଳି ଅନ୍ନ ସେହି ଭଳି ଜ୍ଞାନ
ଉଦୟ ହୁଏ ମଣିଷ ହୁଦୟେ
ଏହା ପରା ତୁମ ଇସ୍ତାହାର l
କିନ୍ତୁ ମାନୁଛିକି କିଏ ପ୍ରଭୁ ତୁମର ଏ ବାଣୀ

ଯେ ଯାହା ଇଛାରେ ତାର ପlଦଟିକା ଦିଅନ୍ତି ବଖାଣି
ଶସ୍ତା ଓ ସୁବିଧାବାଦେ ଏଠି ଆଜି
ସବୁ ଏକାକାର
ପ୍ରଭୁ ହେ,
କୁହ କାହିଁ ତୁମ ଇସ୍ତlହାର ll
ତୁମେ ପରା କହିଥିଲ ସ୍ୱାତ୍ତିକ ଆହାର
ଜନମଠୁ ଜରାଯାଏ କରିବ ଗ୍ରହଣ
ତେବେ ଯାଇ ତନୁ, ମନ,ପ୍ରାଣ ପାଇବ ନିସ୍ତାର
କିନ୍ତୁ କୁହ କିଏ ତାହା ଆଜି କରୁଛି
ବିଚାର
ପ୍ରଭୁ ହେ,
କୁହ କାହିଁ ତୁମ ଇସ୍ତlହାର ll
ହେ ଠାକୁରେ,
ସତ୍ତକୁ ଲଂଘନ କରି ଅଂହକାରୀ ଗଣ
ମୁଖେ କହି ରାମ ନାମ ରଜୋଗୁଣେ ଧ୍ୟାନ
ସାତ୍ତିକ-ରାଜସ୍ବ ଅନ୍ନ କରନ୍ତି ଭୋଜନ
ଛଳନାର ଛକାପଞ୍ଚ୍ଛା ପଥେ
ସେମାନେ ବିଭୋର
ପ୍ରଭୁହେ,
କୁହ କାହିଁ ତୁମ ଇସ୍ତା ହlର ll
ଖାଲି କଣ ସେତିକି ହେ ପ୍ରଭୁ
ଆଉ ଥୋକେ ଏଠି ବସି କରନ୍ତି କୀର୍ତ୍ତନ
ତୁମକୁ ଆସ୍ଥାନେ ଥୋଇ ଭିଡନ୍ତି ଚିଲମ
ସାତ୍ତିକ ପ୍ରସାଦସାଥେ କୁକୁଡ଼ା ଓ
ଦେଶ ମଦ
ନିଲାମ ପୁଣି ହୁଏ ଏଠି ଇଜ୍ଜତ ନାରୀର
ପ୍ରଭୁ ହେ,
କୁହ କାହିଁ ତୁମ ଇସ୍ତାହାର ll ?.
ହେ ଠାକୁରେ,
ଅନ୍ନ ଗୁଣେ ଜ୍ଞାନ ଏହା ତୁମରି ବିଧାନ ଯୁଗେ ଯୁଗେ ରହିଥିବ ଏହି ଜୟାଗlନ
ଶ୍ଵାସତ୍ତ ଜ୍ଞାନ ବିଜ୍ଞାନ ଏ ପରା ଜଗତେ
ହେବନି ଅନ୍ୟଥା ପ୍ରଭୁ କେବେ ସେ ବାଣୀର
ପ୍ରଭୁ ହେ,
ଇଏ ପରା ତୁମ ଇସ୍ତାହାର !!

ବ୍ୟଙ୍ଗକବି-କୁନ୍ତଳlବେହେରା,

କଟକ.

Leave a Reply

Your email address will not be published. Required fields are marked *