ଅନ୍ଧଗଳି

ଏ ଗଳି ରେ ବସନ୍ତ ବେସୁରା,
ଏ ଗଳି ରେ ରାତି ମାନେ ଅସହାୟ ||
କାଉ ସମ ଖୁମ୍ପି ଖୁମ୍ପି ଅଦମ୍ୟ କାମନା,
କାଢିନିଏ କଙ୍କାଳ ରୁ ମାଂସ ||
ଉଙ୍କିମାରେ ଏ ଗଳି ରେ ଅବମୋକ୍ଷ ର
ଉଜୁଡା ବୁକୁ ଥରା ଦୀର୍ଘ ଶ୍ୱାସ||
ପଥର ରୁ ଅହଲ୍ୟା ରୂପ ପରିଗ୍ରହ
ଅପୂର୍ଣ୍ଣ ସ୍ବପ୍ନ ର ଦୁରନ୍ତ ତାତ୍ସଲ୍ୟ,
ଏ ଗଳି ରେ ବଦନାମ ଆକାଶ
ଛାଇ ଆଲୁଅ ର ଲୁଚକାଳି ଖେଳ
ଦେହ ଆଉ ଦହନ ର ଅବିସ୍ମୃତ ମାୟା
ଅପାର୍ଥିବ ବଳୟ ର ତୀବ୍ର ହଳାହଳ


ସୁଶ୍ରୀ ସଂଗୀତା ସ୍ୱାଇଁ
ଅରଡ଼ ବଜାର, ବାଲେଶ୍ୱର.

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *