ଅନ୍ତସ୍ବର

ମୁଠାଏ ପାଉଁଶ ମଧ୍ୟ ରୁ ଖୋଜି ପାଇଚ କି
କେବେ ସ୍ବପ୍ନ ର ରଙ୍ଗୀନ୍ ମୁହୂର୍ତ୍ତ
ସହର ସାରା ଶୋଇଗଲା ପରେ ପଚାରିଛ କି
ଷ୍ଟ୍ରିଟ ଲାଇଟ୍ କୁ ତାର ମୂଲ୍ୟ
ଦିଗହରା ଏଠି ସମୟ
ଯିଏ ଯାଉଚି ଯାହା ବାଟ ରେ
ପଛକୁ ଫେରିବାକୁ ତ ନାହିଁ
କାହାରି ସତ୍ ସାହସ
ତଥାପି ପ୍ରତୀକ୍ଷା ନୂଆ ସ୍ବପ୍ନ ପାଇଁ
ସେ ଆଣି ଆସିବ ଆଗାମୀ ଦିନ ରେ
ଛାତି ଭିତରେ କୁହୁଳୁଥିବା
କେଉଁ ନିଭୃତ କୋଣ ରେ ଶୋଇ
ଚୁପ୍ ଚୁପ୍ କଥା ଶୁଣୁଥିବା
ମୋ ପ୍ରିୟା ର ଅନ୍ତସ୍ୱର

ସ୍ୱର୍ଣ୍ଣ ପ୍ରଭା ମହାପାତ୍ର
ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *