ଅନ୍ତରଙ୍ଗ

ବସନ୍ତର ମୃଦୁ ମନ୍ଦ ମଳୟ ପରି
ତୁମ ଅନ୍ତରଙ୍ଗ ନିଃଶ୍ୱାସ ପ୍ରଶ୍ୱାସରେ
ଆଶା ବିଶ୍ୱାସର ହସ ଆନନ୍ଦରେ
ମିଳେକିଛି ସୁଖ ଆଉ ଦୁଃଖର ଦୂରତ୍ୱ
ଯାବତୀୟ ଅଭେଦ୍ୟତା ଭେଦକରି
କୋକିଳର କୁହୁକୁହୁ ପଞ୍ଚମ ତାନରେ
କମ୍ପିତ ଏହି ହୃଦୟ ସ୍ପନ୍ଦନ
ତୁମେ ଦେଖାଦିଅ ବାରମ୍ବାର
ନିଜକୁ ନିଜଠୁ ଦୂରେଇ ଦେଇ ମୁଁ
ସ୍ପର୍ଶ ପାଏ ତୁମ ଅନାବିଳ
ଅନ୍ତରଙ୍ଗ ଆତ୍ମୀୟତାର
ନାହିଁ କିଛି ସ୍ଥିତି ନାହିଁଯେ ପ୍ରଗତି
ଆଉ କିଛିନାହିଁ ସତ୍ତା ମୋର
ତୁମେମୟ ମୋର ଏଇ ହୃଦୟକନ୍ଦର
ନିଜଠୁ ବହୁତ ଦୂର
ଅନେକ ଦୂର ।

ଲକ୍ଷ୍ମୀପ୍ରିୟା ମହାରଣା
ଧନୁପାଲି, ସମ୍ବଲପୁର 

Leave a Reply

Your email address will not be published. Required fields are marked *