ଅଧାଲେଖା କବିତା

ଶବ୍ଦସବୁ ହଜିଯାଏ ଧୂମାୟିତ ହୋଇ
ଆସୁ ଆସୁ ମାନସ ପଟରେ
ରଙ୍ଗ ସବୁ ଉଡ଼ି ଯାଏ ଶୂନ୍ଯରେ
ସାଦା କାଗଜଟା ଭରା ଶୂନ୍ଯତାରେ।।
ମୋମନର ବିକ୍ଷିପ୍ତ ଇଲାକାରେ
ଆଧିପତ୍ୟ ଅନଧିକାରରେ
ହେ କୃଷ୍ଣ, କଳାମୋର ହରିନେଲ
ଗାଣ୍ଡିବ ଉଠୁନିଆଜି ଏ ହାତରେ।।
ଅଧାଲେଖା କବିତା ମୋ ଆଜି
ଶୂନ୍ୟ ଏକସଫେଦ କାଗଜ
ପୂର୍ଣ୍ଣତାର ପ୍ରତୀକ୍ଷିତ ମୂହୁର୍ତ୍ତରେ
ହୃତଶବ୍ଦ ସମ୍ଭାର ରଖୋଜ।।

ମୋହିନୀ ହୋତା
ଶିକ୍ଷୟିତ୍ରୀ, ବସନ୍ତପୁର,
ସମ୍ବଲପୁର

Leave a Reply

Your email address will not be published. Required fields are marked *