ଯାହାକେ ଦେଖ୍ ବ ହର୍ ବର୍ ତର୍ ବର୍
କାହାରିର୍ ନ ନାଇଁନ ସମିଆ
କାମ ନାଇଁ କି ଫୁର୍ ସତ୍ ନାଇଁ
ଇ ଟା ତ ଆଜିର୍ ଦୁନିଁଆ ।
ଧରମ୍ କେ ନେଇ ଝଗ୍ ଡା ଲାଗସନ୍
ହିନ୍ଦୁ ଆଉ ମୁସଲମାନ୍
ହେମାନ୍ କୁ ଯଦି ପଚ୍ ରାବ ଘାଏ
ନାଇଁ ପଢିଥାନ୍ କେହି “ଗୀତା” କି “କୁରାନ୍” ।
ଚପଲ୍ ପଢ଼େଁଇ ରକମ୍ କେ ରକମ୍
ବିକା ହେସି ଏ.ସି. ମଲ୍ ଭିତ୍ ରେ .,
ଖାଏବାର୍ ଦରବ୍ ତୁନ୍ ସାଗ୍ ଯେତେ
ଧୁଇଲ୍ ସର୍ ସର୍ ,ବିକା ହେସି ରୋଡ୍ ତରେ ।
ନୁଁଆ ମୋବାଇଲ୍ ଟେ ଘିନ୍ ଲେ କି ନାଇ
ସ୍କ୍ରୀନ ଗାର୍ଡ ଲଗାବାର୍ କେ କେହି ନାଇ କରନ୍ ଡେର୍
ଜୀବନ୍ ବଚାଁବାର୍ ହେଲମେଟ୍ ଘିନ୍ ଲା ବେଲେ
ଘୁଚ୍ ପୁଚ୍ ହେଇ ଭାବୁଥିସନ୍ ସହେ ଥର୍ ।
ପିଇସନ୍ ଲୋଗ୍ ଲେମନ୍ ଫ୍ଲେବର୍
ସ୍କ୍ୱାସ୍,କୋଲ୍ଡ ଡ୍ରିଂକ୍ସ ବଡା ସଉକି କରି
ଭିଟାମିନ୍ ସି ସର୍ ସର୍ କଁଚା ଲେମଉ
ରେଷ୍ଟୁରେଣ୍ଟ ନେ ହାତ୍ ଧୁଇବାର୍ ଥି ଯାଇସି ସରି ।
ଇନ୍ କମ୍ ଟେକ୍ସ ଦେଇ, ଜି.ଏସ୍. ଟି ଭରି
ଛୁଟିଆ କରମ୍ ଚାରୀର୍ ପଏସା ଯାଇସି ସରି
ପେନ୍ ସନ୍ ପାଇ ,କେଣ୍ଟିନ୍ ନେ ଖାଇ,
ଯେତ୍ କି ଦରମା ହେଲେ ବି,ବଡ୍ ବଡିଆକର୍ ସବୁ ଫ୍ରି ।
ଘରର୍ ନାଁ ଦେସନ୍ ମାତୃଭବନ୍
ଜରାଶ୍ରମ୍ ନେ ମାଁ ରହେସନ୍
ବର୍ଷକେ ଥରେ ଘର୍ କେ ଆଏସନ୍
କେକ୍ କାଟି ,ଫଟୁ ଊଠେଇ “ମଦର ଡେ” ମନାସନ୍ ।
ଚାକିରି କର୍ ସନ୍ ସର୍ କାରୀ
ମାସ୍ ପୁର୍ ଲେ ପାଏସନ୍ ସେଲେରି
ଫିର୍ ବି କାମ୍ ନାଇ କରନ୍, ନାଇ ଦେଲେ ଉପ୍ ରି ।
ରାଜ୍ ନୀତି ରେ ରାଜ୍ ଚାଲିଛେ
ନୀତି ହେଇଗଲାନ ସୁନ୍
ସଭେ ତ ଗୁଟେ ଖେତର୍ ଢେଲ୍
କାହାର୍ ଗାଏବୁ ଗୁନ୍ ?
ପଢା ଲିଖା ଲୋକ୍ ବୁଲୁଛନ୍ ବେକାରି
ମେଟ୍ରିକ ଫେଲ୍ ବି ହଉଛନ୍ ମନ୍ତ୍ରୀ
ଏନ୍ ତା ତ ଆମର୍ ଦେଶର୍ ବ୍ୟବସ୍ଥା
କାହାକେ କର୍ ମା ଗୁହାରି ?
ରମଣିକାନ୍ତ ସାହୁ
କତରବଗା
ସମ୍ବଲପୁର