ମାଁ

ଢୁକନ ସାଏର ବାଟର ଘରର କନଟାକେ ମଶାରୀ ଟଙ୍ଗା ହେଇଥିବା ଖଟଟା କେ ମାଁ ଶୁଇଛେ। ଇଆଡ ସିଆଡ କଡ଼ ଲେହେଟେଇ ହେଉଛେ । ଜୀବନର ସବୁ ଅନୁଭୂତିର ଗନ୍ତାଘର ମୋର ଘରର ମେରୁ ଖମ୍ବ ହେଉଛେ ମୋ’ର ମାଁ । ତା’ର କର୍ତ୍ତୃତ୍ବ ଜାହିର କରଵାର ଇହାଦେ ଟୁଟକିଛେ । କଲେଜ ପଢ଼ା ଆଉ ଗାଁ ନୁ ସହରକେ ଆସିଥିବାର ଵହ ତିନିଟାର ଇଂଲିଶ ଡାଏଲଗ ମରା କଥା ଦେଖି ମାଁ ସଥେ ଘରର କନଟାକେ ଜଵଦି ଯାଇଛେ । ଇହାଦେ ମାଁ ମାନେ ସେନତା ରହେବାରଟା ଘର ମାନକେ ସାଧାରଣ ଆଏ । ମାଁ ଚରିତ୍ରମାନେ ବର୍ତମାନ ଘରର ଅନାବଶ୍ୟକ ଅଲୋଡା ହେଇ ପଡିଛନ କହେଲେ ବି ଚଳବା ଆଜିର ସମାଜରେ । କଲେଜ୍ ଡିଗ୍ରୀ ଧାରୀ ସିଆଣିଆ ହେଇ କଥା ସଥେ ଶିଖି ଆସିଥିବାର ଵହ ମାନଂକୁ ଲାଜ ସରମ ବୋଲି ଜିନିଷ ଟେ ବି ନି ରହେଵାର। ପୋ ମାନକୁ ଡାକି କରି ଘରର ଦୁଃଖ ସୁଖ ପଚରାଵାର ସୁବିଧା ଅସୁବିଧା ଵୁଝବା ନାତି ନାତେନ କି ଵହ ମାନଙ୍କର ସାଙ୍ଗେ ଭଲମନ୍ଦ ଦୁଇ ପଦ ହେବାର ସଥେ ଅଧିକାର ମାଁ ର ବର୍ତ୍ତମାନ ନାଇଁ। ଯଦି ବି କେତେବେଳେ ପୋ ନାତି ନାତେନ କେ ଡାକବା ସାଙ୍ଗେ ସାଙ୍ଗେ ଵହମାନେ ଦଉଡ଼ି ଆସି କହେଵେ ଇ ସୁଆଦିଆ ଡ଼ାକ କେଉଁଥିର ଲାଗି ?ଆଉ କାଣା ବାକି ରହିଗଲା କେ ? ତୁମର ପୋ ତ ଗଲେ ନ ଆମର ପାଖେ ସମିଆ ନାଇଁ । ଵହମାନେ ସଥେ ଇ ଘରର ସବୁ ତିନି ପୁରୁଷ ର କଥା ଜାନିଛନ । ମାଁ ର ଆଉ କିଛି ଜାନବାର ଆବଶ୍ୟକ ନିନ। ତଥାପି ବି ମାଁ କନଟାକେ ଚୁପଚାପ୍ ମଟମଟ ଦେଖୁଥିସି ।

ପୋ ଯେତେବେଳେ ମାଁ ର କନ୍ଥା ପାଖେ ଖଟେ ବସସି ତା’ର ମାଏଝି ର ଢିମା ଢିମା ଆଏଖ ଆଉ ପୋ ଝିର ଆକଟ ହେ ଖଟ ଗନ୍ଧୁଛେ କେନ୍ତା କରି ଵସିଛ କେ ଖାତିର ନି କରି ମାଁ ର ଶୈଶବର ଆଜି ପର୍ଯ୍ୟନ୍ତ ଚାଲୁଛି ଵୋଲଦିଆ ଡ଼ାକ ଆଉ ଖାଇଲୁ କି ନେଇ ର ଚିନ୍ତା ଚେତନାରେ ହଜିଯାଉଥିସି। ତା’ର ସରଳ ନିରୀହ ନିଷ୍କପଟ ର ଆଖି କାଣା କହୁଥିବା ମିତାର ଭାଷା କେ ମୁଇଁ ଦେଖୁଥିସି। ମୋର ହାତପାହାନ୍ତାର ବାହାରେ ଥିବାର ମନକେ ନେଇ ମାଁ କେ ପଚରାସି ମାଁ କାଣା ଖାଏଲୁନ କିନି? ମୋର ପ୍ରଶ୍ନ ଥି ମାଁ ଅଡ଼ୁଆ ଥି ପଡିଯେଇ କହେସି ଖାଏମି ଯେ ଭୋକ ନିହେ ଲାଗେ ଦେବେ ଯେ କରୁଛନ ତାକର କାମକବାର। ମୋର ମନେ ଗୁଟେ ପ୍ରଶ୍ନ ବାରମ୍ବାର ପ୍ରତିଧ୍ଵନି ହେସି ବୟସ ବଢିବାରୁ ମୁହଁ ର ଲାଲସା ଵି ବଢସି କେ? ନି ହେଲେ ଯୁଆନ ବେଲେ ଯେତିକି ଖାଏବାର କେ ମନ ନି ଲାଗେ ବୁଢ଼ା ବୁଢ଼ୀ ବେଲେ ହେତିକି ଖାଏଵାର କେ ମନ ଲାଗସି। ମୁଇଁ ବି ତ କାଏଲ ବୁଢ଼ା ହେମି ମାଁ ମିତାର ଲାଲସା ଵଢତେଲ ଯିବା ହେଲେ ମୋର ପୋ ଝି ଵି ତ ହେନ୍ତା କରଵେ। ମୋର ମାଁ ତା’ର ଜୀଵନ କାଳ ଭିତରେ ରଡ଼ି କରି କଥା ହେଇ ନି ଶିଖି। ମୋର ଆଈ ଅଜା କେ ଘରର ବଢେ ମାହାପୁରୁ ବୋଲି ମାନେ, ରାନ୍ଧି ସାରଲେ ତାହାକୁ ଖାଏବାକେ ନି ଦେବାର ତକ୍ ମାହାପୁରୁ ବି ଭୋଗ ନି ପାନ। ତା’ର ଗୋଡ଼ହାତ ଚଳୁଥିବା ର ପର୍ଯ୍ୟନ୍ତ କେନସି ବହକେ କଵାର କାମ କରାଵାର ଲାଗି ନାଁ ନେ ଧରି। ହେଲେ ଆଏଜ ଵହମାନେ ନୈକରି କଲା ଦିନୁଁ କାମବାଲୀ ରଖିଛନ ବୋଲି ମାଁ ଯେ ସମସ୍ତଙ୍କର ଅଲୋଡା ହେଇଯାଇଛି।ସମୟର ଗତିବିଧି ଥି ସେ ବି କନଟାକେ ପଡିରହିଛେ। ଘରକୁ କେ ଜଣେ ଆସଲେ ମାଁ ଯେ କଥା ହେଇ ନି ଜାନବାର। ପାଶ୍ଚାତ୍ୟର ସଭ୍ୟତାର ଵହୁତ ପଛେ ଅଛେ ମାଁ,ଘରର ଗୁଟେ ଵିନା ଅଭିଯୋଗ କାରୀ ଚରିତ୍ର ହେଇ ଯାଇଛି। ମୁହଁ ଖୁଲଲେ ନି ହେଲା ଵହମାନକର ବାକ୍ୟ ବାଣରେ ସେ ମୂକ ହେଇ ଯାଇଛି। ତରକାରୀ ଅଲନା ଥିଲେବି ପୁଡି ଯାଇଥିଲେ ବି କି ଦରସିଝା ହେଇଥିଲେ ବି ବଲବା ବ୍ୟସ୍ତତା ଭିତରେ ପାଶରି ପକେଇ ଥିବେ। ସକାଳର ଚାହା ପିଆ ଠାନୁ ରାତିର ଭାତଖିଆ ତକ୍ ଦିଆ ନେ ଗଲେ ବି ତା’ର କେନସି ଅଭିଯୋଗର ପ୍ରତିକ୍ରିୟା ନେଇ।ଘାଏ ଘାଏ ମୁଇଁ ଵଲସି ମାଁ କେ ତୁଇ କେ ହେଲା ଯେ କେତେବେଳେ କାହା କେ କିଛି ନି କହୁ ସବୁବେଳେ ଚୁପ୍ ଥିସୁ? ମାଁ କହେସି “ଆରେ ଇ ମୁହଁରୁ ପହେଲାଦିନୁ ତୋର ବାପା ଥିଲା ଦିନୁଁ ଖୁଲି ନାଇଁ ଯେନ ମୁହଁ ଦୀର୍ଘ ଦଶନ୍ଧି ଧରି ବନ୍ଦ ରହିଛେ ସେ ଆଏଜ ଖୁଲବାର ସମ୍ଭାବନା କେନତା କରି ହେବା? ମୋ’ର ଅବୁଝା ମନ ତା’ର ଖଟକେ ପଲେଇ ଯାଇ ତା’ର ଲୁଚାକୁଚା ଦିହିକେ ଦେଖଲେ ମୋର ମନ ଗୁଟେ ବିଦ୍ରୋହ ହେସି ଭାଵସି ଯଦି ବି ମାହାପୁରୁ ସାଙ୍ଗେ କେଭେଁ ଭେଟ ପଡମି ଵେଲେ ପଚରାମି ଏ ସର୍ଵଂସହା “ମାଁ”ଚରିତ୍ର କେ ହେଲା ଯେ ସଂସାରେ ସୃଷ୍ଟି କରିଛେ? ସମାଜର ଭାରସାମ୍ୟ ରକ୍ଷା କରଵାର ଲାଗି କି ଧର୍ମର ରକ୍ଷା କରବାର ଲାଗି। ମାଁ ମାନେ ଯେ ଧର୍ମର ଜନେ ଜନେ ଧ୍ଵଜା ଧାରୀ ଆନ। ହେଲେ ଏତିକି ଲମ୍ବା ବୟସ ତାହାକୁ ମାହାପୁରୁ କେ ହେଲା ଯେ ଦେସି, ବୃଦ୍ଧାବସ୍ଥା ର ଭୋଗ କରଵାର ଲାଗି କି ପୋ ଵହ ମାନେ ନି ପଚରାଲେ ବୃଦ୍ଧାଶ୍ରମ ନେ ଛାଡଵାର ଲାଗି। ନାତି ନାତେନ ମାନେ ବି ଘାଏ ଘାଏ ପଚରାସନ ବୁଢ଼ୀ ମାଁ ତୁଇ କେଭେଁ ମରବୁ। ମାଁ ସାଙ୍ଗେ ସାଙ୍ଗେ କହେବା ଯମରାଜା ତା’ର ପାଞ୍ଜି ନୁ ମୋ’ର ନାଁ କାଟି ଦେଇଛେ।ସେଥିରଲାଗି ଆଏଜ ଅମର ଫଳ ଖାଇ କରି ଇନେ ପଡ଼ିଲେ।ସେ କଥା ଥି କୋହ ଭରା ଅଭିମାନ ଟେ ଥିସି। ମୋତେ ଲାଗେ ସଥେ ଆଜିର ସମାଜେ ମାଁ ହେଉ କି ବାପା ବୟସ ଆସିଗଲେ ଅଲୋଡା ହେଇଯାଉଛନ। ମୋର ମନେ ଥରେ ଥରେ ପ୍ରଶ୍ନ ଆଏସି “ମାଁ”ବୋଲି ଯେନ ନାଆଁ ଟା ତାହାକେ କିଏ ବାଛଲା ପ୍ରକୃତରେ। ତା’ର ଡ଼ାକ ନୁ ମଧୁର ଡ଼ାକ ଇ ସନସାରେ ଆଉ ସଥେ କିଛି ନିନ। ମାଁ ର ବୟସ ଯେତିକି ଵଢତେଲ ଯିବା ପୋ ଝି ର ମମତାର ଡ଼ାକ ସେତିକି କମ୍ ହେତେଲ ଯାଏସି।ଯେନ ସମାଜ ମାଁ ର କାର୍ଯ୍ୟ ଦକ୍ଷତା ତା’ର ସ୍ନେହ,ପ୍ରେମ, ଶ୍ରଦ୍ଧା, ବାତ୍ସଲ୍ୟ ତା’ର ମମତାର ଡୋରି ସେ ଦକ୍ଷ ଥିବାର ତକ ଦେଖି ଆସୁଥିଲା ଆଏଜ ତା’ର ପରିଣତ ଵୟସ ଥି ଘରର ମାହାପୁରୁ ଖଟଲି ହେବାର କଥା ହେଲେ ଘରର କୁକୁର ଟମି ଠାରୁ ଆହୁରି ହୀନ ହେଇଯାଇଛେ। ଏହାର ଅର୍ଥ ଏହା ଯେ ମାଁ ମାନଙ୍କ ମରଣରେ ପୋ ଝି ଭାଙ୍ଗି ପଡସନ ସିନେ ହାଲକା ଵି ହେସନ କେନ୍ତା ଵେଲେ ଵହମାନକର ଛି ଛାକର ବେଭାର ଲାଗି।
ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସି “ହେଲେ ମୋର ମନେ ପ୍ରଶ୍ନ ଉଠସି ମାଁ ପାରୁଥିଲା ପର୍ଯ୍ୟନ୍ତ ଇ ଉକ୍ତି ଟା ଠିକ୍। ଯେତେବେଳେ ସେ ଘରର କନେ ଅଲୋଡା ଅପାଙ୍ଗକ୍ତେୟ ହୋଇ ପଡ଼ି ରହେଲା ସେତିକି ସମିଆକେ ଅନୁପଯୋଗୀ ହୋଇ ଉଠୁଛେ ଇ ସନସାରେ। ଵହମାନେ ବି ତ ଦିନେ ନାଇଁ ଦିନେ ସେ ସୁଆଦଟା ଚାଖଵେ, ମୋର କହେବାର କେବଳ ଏତିକି ଯେ ଗତାନୁଗତିକ ସନସାରେ ମାଁ ମାନଙ୍କୁ ସମ୍ମାନ ଦେବାର ଶିଖ ନିଜର ଜୀବନ କେ ସମୀକ୍ଷା କଲା ସାଙ୍ଗେ ସାଙ୍ଗେ ମାଁ ତା’ର ଜୀବନର ଅନୁଭୂତି କହେଵାରଟା କେ ଧୈର୍ଯ୍ୟର ସହିତ ଶୁଣ ତାହାଲେ ଯାଇ ପରିବାର ସାଙ୍ଗେ ସମାଜର ମଙ୍ଗଳ ହେବା।ଇ ସମାଜ ଗୁଟେ ସୁନ୍ଦର ସୁସଂଗଠିତ ସୁନ୍ଦରମୟ ହେଇ ସମସ୍ତଙ୍କର ମଙ୍ଗଳଵିଧାନ ହୋଇ ରହେଵା

ପଦ୍ମିନୀ ମହାପାତ୍ର

ଦେବଗଡ଼ ଗୁରୁ ସାହି
ଫୋନ୍ ନମ୍ୱର ୮୪୫୫୯୦୩୪୮୬

Leave a Reply

Your email address will not be published. Required fields are marked *