ମୋର ତ ସ୍ୱର୍ବସ୍ଵ ତୁମର
କଣ ବା’ ଦେଇ ତୋଷିବି
ତୁମର ମନ ହୃଦୟ କୁ ।
ପ୍ରତ୍ୟେକ ରାତି କୁ
ରଙ୍ଗୀନ କରିବାକୁ ଚାହେଁ
ଇନ୍ଦ୍ରଧନୁ ଟେ ସାଜି ।
ମୋର ପ୍ରତ୍ୟେକ ଆଶା ଆକାଂକ୍ଷା
ଦଳି ଦେଇଛି
ତୁମ ରାସ୍ତା ରେ ଫୁଲ ଟେ ହେଇ ।
ତୁମ ଅତୃପ୍ତ ତୃଷ୍ଣକାନ୍ତ ହୃଦୟ କୁ
ଶାନ୍ତ କରିବାକୁ
କୂଅ ଟେ ସାଜି ।।
ତୁମ ପ୍ରତ୍ୟେକ ଦୁଃଖ ସୁଖେ
ଗୁନ୍ଥି ହେଇଛି
ମାଲା ଟେ ପରି ।।
ତଥାପି,
ମନ କୁ ସଜେଇ ଦେବାକୁ ଚାହେଁ
ପୁଣି,
କଣ ବା’ ଦେଇ ଶୃଙ୍ଗାର କରିବି ?
ତାର ସାମଗ୍ରୀ ନାହିଁ
ମୋ ପାଖରେ ।।
ହେଲେ,
ଆଜି ନିଃଶ୍ଵହାୟ ଏହୃଦୟ
ସ୍ଵର୍ବସ୍ଵ ହରା ଜୀବନରେ
କେବଳ ନିଶ୍ବାସ ଛଡ଼ା
ଆଉ କିଛି ନାହିଁ ।।
କହିବ ଯଦି
ହସି ହସି ଛାଡ଼ି ଦେବି
କେବଳ ତୁମ ଖୁସି ରେ…. ।।