ସବୁ ସ୍ବପ୍ନ

ଏ ଧନ ଏଯୌବନ ଅଢେଇ ଦିନର
ଆଜି ଅଛି କାଲି ନାହିଁ
କେତେ ଆସି ପୁଣି ବାହୁଡି ଯାଆନ୍ତି
ହସାଇ କେତେ କନ୍ଦାଇ
ନୁହେ କେ ନିଯର ସବୁ ଏଠି ପର
ମିଛ ମାୟା ଏ ସଂସାର
ସୁଖ ବେଳେ ଏଠି ହୁଅନ୍ତି ନିଯର
ଦୁଃଖ ବେଳେ ସବୁ ପର
ଲୋତକ ର ନଦୀ ଆପେ ବହି ଯାଏ
ଝରା ଶ୍ରାବଣ ର ବରଷା ପରି
ଜ୍ରାଗତ ହୁଏ ମନେ କେତେପ୍ରଶ୍ନ
ଭାବିଲେ ନ ହୁଏ ଉତର କରି
ଶିଶୁ ରୁ ଯୁବକ ଯୁବକ ରୁ ପ୍ରୌଢ
ଏହାହିଁ ସମ୍ ଚକ୍ର
ନୂଆ ଅଛି ଆଜି ପୁରୁଣା ହୋଇବ
ହଜି ଯିବ ତାର ରୂପ
ଏ ସ୍ବାର୍ଥପର ଦୁନିଆ ଭିତରେ
ସମସ୍ତେ ଚାହାନ୍ତି ସ୍ବାର୍ଥ
ସରିଗଲେ ମାୟା ନିଯର ରକ୍ତ
କରି ଦିଏ ସବୁ ତୁଚ୍ଛ
କଳା ମେଘେ ଆଚ୍ଛାଦିତ ଏ ଆକାଶ
ଭୟ ଓ ବିପଦ ଘେରେ ଚତୁର୍ପାଶ
ଆଶାର ସୌଧ ନିରାଶେ ଭାଙ୍ଗିବ
ତୁଟି ଯିବ ସବୁ ସ୍ବପ୍ନ
ସବୁ ଛାଡିଯିବ ବାହୁଡି ପୁଣି
ରହି ଯିବ ସବୁ ଚିହ୍ନ ।।

ରାଧାରାଣୀ ପଟ୍ଟନାୟକ
ବରଗଡ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *