ସବୁଠୁ ସୁନ୍ଦର କଳ କଳ ହସା
ନିର୍ଝରଣୀ ପରିଭାଷା।
ଅପକ୍ପ ପକପ ପୁଷ୍ପିତ କଳପ
ପ୍ରକୃତି ଦୀପତି ଵେଶା।
କୋମଳ ନିର୍ମଳ ଯାମିନୀ ଶୀତଳ
ରକ୍ତିଭ ଚନ୍ଦ୍ର ଯୋଛନା।
ଆକାଶ ର ତାରା ଦୀପ୍ତି ମିଞ୍ଜି ଧରା
ପ୍ରୀତି ହୁଏ ଉନ୍ମାଦନା।
ସବୁଠୁ ଚଟୁଳ ହଂସ ରାଳୀ ଖେଳ
ତର୍ପଣ ଚର୍ବଣ କାଳ।
ପ୍ରକୃତି ମଧ୍ୟରେ ପୋଖରୀ ଜଳରେ
କାକଳି ର ଗୀତ ତାଳ।
ସକାଳ ଭାଷ୍କର ଚାରୁ ଉଭାଗର
ପ୍ରକୃତି ମଧ୍ୟରେ ଖେଳ।
ସବୁଜିମା ତୀରେ ସାଗର ସମୀରେ
ଉତ୍ଥାନ ପତନ ମେଳ।
ସବୁଠୁ ସୁନ୍ଦର ପର୍ବତ ଶିଖର
ଯେବେ ଉଙ୍କେ ସେ ଭାଷ୍କର।
ଚକ ଚକ କରି ଯାଉଥାଏ ଘୂରି
ଉଜ୍ଜ୍ବଳ ନୀଳେ ସାଗର ।
ସବୁଠୁ ସୁନ୍ଦର ବିଶ୍ଵ ପାରାବାର
ନୟନ ରେ ପ୍ରଭା କର।
ପ୍ରଭାକର ବିନ ସଂସାର ଶ୍ରୀହୀନ
ଯିଏ ପ୍ରଭା ଦିବାକର।
ଧନ୍ୟ ଦିବାକର ଧନ୍ୟ ଯାଦୁଗର
ଧନ୍ୟ ସେଇ କାରିଗର।
ବିନ୍ଧାଣିଛି ଯିଏ ଏ ସାରା ସଂସାର
ସିଏ ଶ୍ରେଷ୍ଠ କଳାକାର।