ଲିଖିତ ଜପ

ହେ ସାଇ ଏଭବସାଗର କୁ ତୁମେ
ତ ଆଣିଆଛ ,
ସେଜରୁ ଉଠି ଆଖି ଖୋଲିଲେ ତୁମେ
ତ ଦିଶୁଅଛ ll

ମୋ ତୁଣ୍ଡରେ ତୁମନାମ ସର୍ବଦା ତୁମେ
ତ ଜପୋଉଛ ,
ତୁମ ଭଜନ , କୀର୍ତ୍ତନ ସବୁ ତୁମେ
ତ କରାଉଛ ll

ହେ ସାଇ ହେସାଇ ହୃଦୟରେ ତୁମେ
ତ ରହିଅଛ ,
ଯେତେ ବାଧା,ବିଘ୍ନ ଆସୁଛି ସବୁ ତୁମେ
ତ ଉଦ୍ଧାରୁଛ ll

ସେଥି ଲାଗି ସର୍ବଦା ଆନନ୍ଦ ତୁମେ
ଭରି ଦେଇଛ,
ସହଜ ସାଧନା କରିବା କୁ ତୁମେ
ତ ଶିଖେଇଛ ll

ସାଧା କାଗଜେ କଲମ ମୁନ ତୁମେ
ତ ଧରେଇଛ ,
ଭକ୍ତିଭାବେ ଲିଖିତ ଜପ କୁ ତୁମେ
ତ ଶିଖେଇଛ ll

ନାମ ଜପ କରେଇ ଆଶିଷ ତୁମେ
ତ ଦେଉଅଛ ,
ଭକତି ରେ ତୁମର ବାୟାଣୀ ତୁମେ
ତ କରିଅଛ ll

ପରିବାରେ ରଖି ବାବା ଶାନ୍ତି ତୁମେ
ତ ଦେଉଅଛ ,
ଜପ , ଯଜ୍ଞ କରିବାକୁ ଧର୍ଯ୍ୟ ତୁମେ
ତ ଦେଇଅଛ ll

ତୁମ ମନୋରମ ରୂପ ସଦା ତୁମେ
ତ ଦେଖାଉଛ ,
ଦର୍ଶନେ ମୋର ପାପ ସଦା ତୁମେ
ତ ନାଶକରୁଛ ll
ହେ ସାଇ ହେ ସାଇ ହେ ସାଇ ହେ ସାଇ (2)
ତୁମ ନାମ ଜପି ଜପି
ତୁମ ନାମ ଲେଖି ଲେଖି
ମୋର ଦିନ ବିତାଉଛ

ସୁଚରିତା ଦାସ (ମହାନ୍ତି)

ବିଞ୍ଝାରପୁର ସମିତି, ଯାଜପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *