ମୃତ୍ୟୁ ତୁମେ ଆସ ନାହିଁ

ମୃତ୍ୟୁ ତୁମେ ଆସ ନାହିଁ
ହୀମ ଶୀତଳ ସ୍ପର୍ଶରେ
ମଥାପିଟା କ୍ରନ୍ଦନ ମଧ୍ୟରେ
ବଞ୍ଚିବାର ଦୁର୍ବିସହ
ଆଶା ଆଙ୍କାକ୍ଷାରେ ।

      ମୃତ୍ୟୁ ତୁମେ ଆସ ନାହିଁ
      ବଞ୍ଚିବାର ଅଭିଳାଷ
      ପ୍ରାଚୀ ରେଖା -
      ଗଗନ ରେ ଆହୁରି ଆସିନି
      ଭେଟିବାକୁ ଅଜସ୍ର ଇଚ୍ଛାରେ ।

ମୃତ୍ୟୁ ତୁମେ ଆସ ନାହିଁ
କଳ୍ପନାରେ ଅବା ବାସ୍ତବରେ
ଆସିଗଲେ ଫେରିଯିବ-
ସମାଜର କଟୁକ୍ତି ଭିତରେ ।

      ମୃତ୍ୟୁ ତୁମେ ଆସ ନାହିଁ
      ଆସ ନାହିଁ ଅଭାବ -
      ସମୟ ଭିତରେ
      ସମାଜର ତାଡନା ମଧ୍ୟରେ
      ବାକି ଥିବା ଦୁର୍ଦ୍ଦିନ ଭିତରେ
      ବିରାଟ ଏ ସାହାରା ପ୍ରାନ୍ତରେ
      ଅନ୍ତହୀନ ଇଚ୍ଛା ଙ୍କ ଭିତରେ ।

ଗଗନ କୁମାର ଦାଶ

ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ମନ୍ଦିର ସାହି
ମୋହନା, ଗଜପତି-୭୬୧୦୧୫
ବାର୍ତ୍ତାଳାପ = ୮୨୪୯୫୦୩୬୫୮

Leave a Reply

Your email address will not be published. Required fields are marked *