“ମାଁ”

ନମସ୍ତେ ନମସ୍ତେ ମାଗୋ ଦୁର୍ଗତିନାଶିନୀ
ନମସ୍ତେ ନମସ୍ତେ ମାଗୋ ସଙ୍କଟହାରିଣୀ।।
ମହାମାୟୀ, କାତ୍ୟାୟିନୀ ମାଗୋ ଦଶଭୁଜା
ଧରାଧାମେ ନାନା ରୂପେ ମାଗୋ ପାଉ ପୂଜା।।
ଶିବଙ୍କ ଘରଣୀ ମାଗୋ ଉମା ହୈମବତୀ
ମହାଶକ୍ତି ଯୋଗମାୟା ମାଗୋ ଶୈଳପୁତ୍ରୀ।।
ନମସ୍ତେ ନମସ୍ତେ ମାଗୋ ମହିଷାମର୍ଦ୍ଦିନୀ
ନମସ୍ତେ ନମସ୍ତେ ମାଗୋ ଜଗତ ଜନନୀ।।
ସତ୍ୟ ଯୁଗେ ମହିଷାର ଅତ୍ୟାଚାର ପାଇଁ
ଅଗ୍ନିସମ୍ଭୁତା ରୂପରେ ମରତେ ଓହ୍ଲାଇ।।
ହୀନମତି ପାପିଷ୍ଠକୁ କରିଲ ନିଧନ
ପାପ ନାଶି କରିଥିଲ ଜଗତ କଲ୍ୟାଣ।।
ଦ୍ୱାପରରେ ଶ୍ରୀରାମ ଯେ ତୁମ ପୂଜା କରି
ଉଦ୍ଧରିଲେ ମାତା ସୀତା ଦଶାନନ ମାରି।।
ଖଣ୍ଡା ଖର୍ପରଧାରିଣୀ କାଳୀ ମହାକାଳୀ
ଭୈରବୀ ମାଆ ସିଦ୍ଧିଦାତ୍ରୀ ନରମୁଣ୍ଡ ମାଳି।।
ଜଗଦମ୍ବା ମୁକ୍ତକେଶୀ ତ୍ରିଶୂଳ ଧାରିଣୀ
ନାରାୟଣୀ କାଳରାତ୍ରୀ ଜୟ ଭବାନୀ।।
ମହାତପା, ଚିତ୍ତରୂପା, ସତ୍ୟସ୍ୱରୂପିଣୀ
ବୈଷ୍ଣବୀ, ବିମଳା ମାଗୋ ପିନାକଧାରିଣୀ।।
ଶୁମ୍ଭନିଶୁମ୍ଭ ହନନୀ ମାଗୋ ଚନ୍ଦ୍ରଘଣ୍ଟା
ମହାଗୌରୀ ବନଦୁର୍ଗା ମାଗୋ ଭବପ୍ରିତା।।
ଦକ୍ଷଯଜ୍ଞ ବିନାଶିନୀ ତୁମେ ମାଆ ଅପର୍ଣ୍ଣା
ଘୋରରୂପା ମହାବଳା ମାଆ ଅନେକ ବର୍ଣ୍ଣା।।
ଯୁଗଜନ୍ମା ଜନ୍ମି ଥାଅ ପାପ ହେଲେ ଭାରି
ଧରାଧାମେ ପୁଣି ଥରେ ଆସ ଅବତରି।।
ବେଳୁବେଳ ମହିଷା ଯେ ହେଲେଣି ପ୍ରବଳ
ଅନ୍ୟାୟ ଅସତ୍ୟଭରା ସଂସାର ସମ୍ଭାଳ।।
ଦୁଷ୍ଟ ବିନାଶିନୀ ମାଗୋ ଅଭୟ ଦାୟିନୀ
ତୁମ ପଦ୍ମ ପୟରରେ ଏହି ମୋ ଦୟିନୀ।।
ତୁମ ଚରଣ କମଳେ ରହୁ ସଦା ମତି
ଚଣ୍ଡମୁଣ୍ଡ ବିନାଶିନୀ ମାଗୋ ଶିବଦୂତୀ।।

ସରୋଜିନୀ ବେହେରା
ପାଳଲହଡ଼ା, ଅନୁଗୁଳ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *