ମନ ଆକାଶ ର ପୂର୍ଣ୍ଣିମା ଜହ୍ନ ଗୋ’
ତୁମ ରୂପେଲି ଜୋଛନା,
ଆଭା ର ଝଲକେ ମନ କାନନ ରେ
ବୋହେ ପ୍ରତି ର ଝରଣା।
ଦାରୁଣ ନିଦାଘେ ତୁମର ସ୍ପର୍ଶ ରେ
ମଳୟ ପବନ ବୋହେ,
ପହିଲି ବସନ୍ତ ରୂତୁ ଆଗମନ
ଅନୁଭୂତ ହୋଇ ଥାଏ।
ମାଘୁଆ ଶୀତ ର ଶିଶିର ବିନ୍ଦୁ ରେ
ପହିଲି ସୂର୍ଯ୍ୟ କିରଣ,
ପରାଏ ଝଟକେ ଅପୂର୍ବ ସୌନ୍ଦର୍ଯ୍ୟେ
ତୁମ ରୂପ ଯଉବନ।
ସ୍ବର୍ଗ ଅପସରୀ ମୁହଁ ଲୁଚାଇବେ
ତୁମ ରୂପ ତୁଳନା ରେ,
ଆନ ସୁନ୍ଦରୀ ଏ ମିଞ୍ଜି ମିଞ୍ଜି ତାରା
ତୁମ ଉଜ୍ଜ୍ୱଳ ଆଭା ରେ।
ମନ ଆକାଶେ’ ଉଜ୍ଜ୍ୱଳ ନକ୍ଷତ୍ର
ତୁମ ବିନା ଅମା ରାତି,
ଜୀବନରେ ଆନ ସୁଖ ଓ ସୌଭାଗ୍ୟ
ଦେଇ ନ ପାରନ୍ତି ଶାନ୍ତି।
ପାଖେ ଥିଲେ ତୁମେ ଅମରାବତୀ ର
ସୁଖ ମୋ’ର ଲୋଡା ନାହିଁଁ,
ତୁମ ଭଳି ପ୍ରିୟା ସଙ୍ଗ ଲାଭକରି
ନିଜକୁ ଧନ୍ୟ ମଣଇ।