କେତେ ସରାଗେ ମାଁ ଗୋ
ଦଉଡ଼ି ଆସିଛେଁ,
ସଜେଇ କରି ପୂଜାଥାଲି….
ଲାଲ୍ ରଙ୍ଗର୍ ଫୁଲେ ଫେର୍
ଗୁଁଥି ମୁଇଁ ଆନିଛେଁ,
ଭାବର୍ ମନ୍ଦାରମାଲି l
ଧୂପ୍’କାଠି ସାଁଗେ ନଡ଼ିଆ ସିନ୍ଦୂର୍
ଆନିଛେଁ ମାଁ ଗୋ ଧରି,
ଲାଲ୍ ସିନ୍ଦୂର-ମନ୍ଦାର ମଖେଇଦେଲେ ମାଁ
ହେଇଯିବୁ ତୁଇ ବାରି l
କଁହଁରି ଯିବୁ ତୁଇ ମହକି ଯିବୁ ଗୋ
ଧୂପଦୀପ ଦେମି ଜାଲି,
ଆର୍ ଘଣ୍ଟ ଶଙ୍ଖ ବଜାର୍ ତାଲେ ଗୋ
ତତେ ପିନ୍ଧାମି ମନ୍ଦାରମାଲି ।।
ଦିପ୍ତି ସେଠ୍
ସୁବର୍ଣ୍ଣପୁର