ଝୁରି ହୁଏ କେତେ ମନେପଡେ ସେ ଦିନ
ଫେରିଆ ଫେରିଆ ମୋ ପିଲାଦିନ
କାହିଁ ସେଇ ସାଙ୍ଗସାଥୀ ଖେଳୁ ଥିଲୁ ଖେଳ
ବୋହୂ ଚୋରି ପୁଚି ଲୁଚୁ ଲୁଚାଣୀର ମେଳ
କାହିଁ ସେ ସମୟ ସୁଅ ଶିଖିଥିଲି ପାଠ
ଗୁରୁ ଆଶୀର୍ବାଦ ଲଭି ହୋଇଲି ସୂ ଚାଟ
କିଏ ମୋତେ ଫେରେଇବ ମୋ ପୁରୁଣା ଦିନ
ଅପସୋରା ସବୁ ରାତି ଦେଖୁଛି ସପନ
ଦାଦା ଖୁଡି ଜେଜେମା ବାପାର କୋଳରେ
ମୁଣ୍ଡ ରଖି ଗପ ଶୁଣେ ନାନା ପ୍ରକାରରେ
ପୋଖରୀ ଗାଧୁଆ ଆଉ ଗାଁ ମାଛ ଧରା
ଯାନିଯାତ୍ରା ରେ ମଉଜ ନାହିଁ ଆଉ ପରା
ସ୍ୱର୍ଣ୍ଣ ପ୍ରଭା ମହାପାତ୍ର
ସୁବର୍ଣ୍ଣପୁର