ପାହାଡ ଭର୍ତ୍ତି ଅହଙ୍କାର
ଆକାଶ ଭର୍ତ୍ତି ଈର୍ଷା କୁ ଧରି
ଶାଶ୍ଵତ ପ୍ରେମର ଇଲାକା ଖୋଜିବା
କଣ ବିରୋଧ ଭାସ ନୁହେଁ କି ?
ସଂକୀର୍ଣ୍ଣ ତାର ଅନ୍ଧ ଗଳିରେ
ବୃଥା ଅଭିମାନ ର ଦର୍ପଣ ବିକିବା
କାମନାର ଵାରୁଦ ଗଦାରେ ଠିଆ ହୋଇ
ଅଗ୍ନିକୁ ଆବାହନ କରିବା
ଅହଁ ର ଲଘୁ ଚାପକୁ ବାତ
ଅଣ ଚାସ କରିବା
କଣ ବିପରୀତ ଚେତନା ନୁହେଁ କି ?
ସ୍ବାର୍ଥ ମିଶ୍ରିତ ଚେତନାର ହାଟ ରେ
କୁଶଳୀ ବେପାରୀ ସାଜି ବା
ନିଜ ଚୈତ୍ୟ ଚେତନାର ବାଣୀକୁ
ଉପେକ୍ଷା କରିବା
କଣ ନିଜ ଜୀବନକୁ ପ୍ରତି ପଦେ
ହତ୍ୟା କରିବା ନୁହେଁ କି?
ଏବେ ଏମିତି ହିଁ ଚାଲିଛି
ଅକର୍ମ୍ ରେ
ସାମର୍ଥ୍ୟ ଦୁର୍ବଳତା ରେ
ପୌରୁଷ କାପୁରୁଷ ତାରେ
ହେଉଛି ରୂପାନ୍ତର
କାହାକୁ ବୁଝି ହେଉନି କି
ବୁଝାଇ ହେଉନି
ନିଜ ଅସ୍ମିତା କୁ ଜାଣି ହେଉନି
ନିଜ ନାଭି କସ୍ତୁରୀ କୁ ଖୋଜି ହେଉନି
ଏମିତିଏକ ସନ୍ଧି କ୍ଷଣରେ
ହେ ଶାଶ୍ଵତ ତୁମେ କେବଳ
ଆମକୁ ସିଦ୍ଧାନ୍ତ ର ଛକ ଜାଗା କୁ
ଦେଖାଇ ପାର
ସମୟ କୁ ଡାକି ତାକୁ ରାସ୍ତା ହେବାକୁ
ନିର୍ଦ୍ଦେଶ ଦେଇ ପାର ।।